ପରଜଙ୍ଗ-ସ୍ତ୍ରି ହତ୍ୟା କରିଥିବା ଅଭିଯୋଗରେ ସ୍ବାମିକୁ ୧୩ବର୍ଷର ସଜା ଶୁଣାଇଲେ କୋଟ।l ସୂଚନା ମୁତାବକ ପରଜଙ୍ଗ ଥାନା ଅଧିନରେ ଗତ 6-10-17ତାରିଖରେ ଜଟିଆ ଗ୍ରାମ ର ସୁଶାନ୍ତ ସାହୁ ନିଜ ସ୍ତ୍ରୀ ମଧୁସ୍ମିତା ଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ମଧୁସ୍ମିତା ଙ୍କ ବାପା ପରଜଙ୍ଗ ଥାନାରେ ଅଭିଯୋଗ କରିଥିଲେ l
ଏ ନେଇ ପରଜଙ୍ଗ ଥାନାରେ କେଶ ନମ୍ବର 184/17ରେ ଏକ ମାମଲା ରୁଜୁ କରାଯାଇଥିଲା l ଏହାର ତଦନ୍ତ କରି ଦିର୍ଘ ୫ବର୍ଷ ପରେ ଆଜି କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ସତ୍ୟନାରାୟଣ ପାତ୍ର ମୁଦାଲା ସୁଶାନ୍ତ ସାହୁ ଙ୍କୁ 498(A) ଧାରା ଅନୁଯାୟି ୩ବର୍ଷ,304(B) ଧାରା ଅନୁଯାୟି ୧୦ ବର୍ଷ, ଯୌତୁକ ନିରୋଧ ଆଇନ 4.D.P ଆକ୍ଟ ରେ ୩ମାସ ଓ ୧୦ହଜାର ଟଙ୍କାର ରାଏ ଶୁଣାଇଛନ୍ତି।
ଜୋରିମନା ଅନାଦେୟ ହେଲେ ଅଧିକା ୩ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ କୁହଯାଇଛି। ଏହି କେଶ କୁ ସରକାରୀ ଓକିଲ ଭାବେ ଦେବରାଜ ବେହେରା ପରିଚାଳନା କରୁଥିବା ବେଳେ ମୁଦାଲା ଙ୍କ ବାପା, ଭଉଣୀ, ଭିଣୋଇ ପ୍ରମୁଖ ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ଖଲାସ ହୋଇଅଛନ୍ତି lପ୍ରଶାନ୍ତ କୁମାର ସାହୁ
Place -ପରଜଙ୍ଗ