୨ୟ ସ୍ତ୍ରୀକୁ ଗେଲ, ୩ୟ ସ୍ତ୍ରୀକୁ ମାଡ଼; ସ୍ୱାମୀ ବିରୋଧରେ ପ୍ରଥମ ଓ ୩ୟ ସ୍ତ୍ରୀର ଅଭିଯୋଗ ।

କେନ୍ଦ୍ରାପଡ଼ ; ସ୍ୱାମୀ ଗୋଟାଏ , ସ୍ତ୍ରୀ ୩ଟା । ଏମିତ ସ୍ୱାମୀ ଜଗତେ ନାହିଁ । ପୁରାଣର ଦଶରଥଙ୍କ ଠାରୁ ବଳିଗଲା କଳିଯୁଗର ଏ ସ୍ୱାମୀ । ୩ୟ ସ୍ତ୍ରୀକୁ ମାଡ଼ ମାରିବାରୁ , ପ୍ରଥମ ଓ ୩ୟ ସ୍ତ୍ରୀ
ଏକ ହେଇଛନ୍ତି । ରୋମିଓ ସ୍ୱାମୀଙ୍କୁ ପ୍ରଥମ ଓ ୩ୟ ସ୍ତ୍ରୀ ଖଟା ଲାଗୁଥିବା ବେଳେ ୨ୟ ସ୍ତ୍ରୀ ମିଠା ଲାଗୁଛି । ଯେଉଥି ପାଇଁ ୩ୟ ସ୍ତ୍ରୀକୁ ଦେହ ଭୋକିଲା ସ୍ୱାମୀ ମାଡ଼ ମାରି ଦରମରା କରିଛି । ଖାସ ନ୍ୟାୟ ପାଇଁ ମାର୍ଶାଘାଇ ଥାନାରେ ଦୁଇ ସଉତୁଣୀ ସ୍ୱାମୀ ବିରୋଧରେ ଅଭିଯୋଗ କରିଛନ୍ତି । ରୋମିଓ ସ୍ୱାମୀ ସଞ୍ଜୟ ସେଠୀ ସ୍ତ୍ରୀ ଚାଖିବାରେ ଓସ୍ତାତ ।

ପ୍ରଥମେ ପଟାମୁଣ୍ଡାଇରେ ବିବାହ କରିଥିବା ବେଳେ ୨ୟ ବିବାହ ତାଳଚେର, ୩ୟ ବିବାହ ମାର୍ଶାଘାଇ ରେ । ଏମିତି ଢଙ୍ଗରେ ଝିଅ ଫସାଇ ବିବାହ କଲେ କେହି ବି ଟେର ପାଇଲେ ନାହିଁ । ତେବେ ଥାନାରେ ଅଭିଯୋଗ ପରେ ପୋଲିସ ସ୍ୱାମୀକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ତେବେ ଏ ପାରିବାରିକ ଘଟଣା ପ୍ରଘଟ ପରେ ଖବର ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । କେନ୍ଦ୍ରାପଡ଼ାରୁ ଦଇତାରୀ ଜେନାଙ୍କ ରିପୋର୍ଟ  ।

Share this…
Share on Facebook

Facebook