ସ୍ତ୍ରୀକୁ ନୃଶଂସ ଭାବେ କଟୁରୀରେ ହତ୍ୟା କରି ବିଷ ପିଇ ଦେଲା ସ୍ୱାମୀ ।

ସୋର;  ମର୍ତ୍ତ୍ୟରେ କଳି ସ୍ୱର୍ଗ ରେ ହେବେ କି କୋଳା କୋଳୀ । ଦଶ ଦିଗକୁ ,ଦଶ ଦୋଷକୁ ସାଖି ରଖି ୭ ଜନ୍ମ ପାଇଁ ହାତ ଧରିଥିଲା । ମାତ୍ର ୭ ଜନ୍ମର ସମ୍ପର୍କ ୭ ବର୍ଷରେ ତୁଟିଗଲା । ସାମାନ୍ୟ ଘରୋଇ କଳି ହସିଲା ସଂସାର ଉଜାଡ଼ି ଦେଇଛି । ସ୍ୱାମୀ ସ୍ତ୍ରୀ ମଧ୍ୟରେ କଥା କଟାକଟି ଆରମ୍ଭ ଝଗଡ଼ା, ଶେଷରେ ରକ୍ତ ରଞ୍ଜିତ ହୋଇଛି । ସ୍ତ୍ରୀକୁ ନୃଶଂସ ଭାବେ କଟୁରୀରେ ହତ୍ୟା କରି ବିଷ ପିଇ ଦେଲା ସ୍ୱାମୀ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପାର୍ଥ ଗାଁରେ ଏପରି ବିକଟାଳ ଚିତ୍ର ଆସିଥିବା ବେଳେ ହୃଦୟବିଦାରକ ଖବର ପୁରା ଅଂଚଳବାସୀଙ୍କୁ ଅସ୍ଥବ୍ୟସ୍ଥ କରିଛି । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଗୁରୁତର ଅବସ୍ଥାରେ ସ୍ୱାମୀକୁ ମେଡ଼ିକାଲରେ ଭର୍ତି କରିଛି । ଆଗକୁ ଛାତିଥରା ଘଟଣା ସମ୍ପୂର୍ଣ୍ଣ ଦେଖିବା ତା ପୂର୍ବରୁ ଶୁଣନ୍ତୁ କଣ କହୁଛନ୍ତି- ଝିଅ
(ଭିଓ୨) ଆଜି ସ୍ୱାମୀ ମନୋରଞ୍ଜନ ଓ ସ୍ତ୍ରୀ ଯଶୋଦାଙ୍କ ମଧ୍ୟରେ ପାରିବାରିକ କଳହରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗି ଯାଇ ଯଶୋଦା ବିଲ ରାସ୍ତାରେ ଚାଲି ଚାଲି ବାପ ଘରକୁ ପଳାଉଥିଲା । ଏକଥା ଜାଣିବା ପରେ ମନୋରଞ୍ଜନଙ୍କ ପାଦ ରକ୍ତ ମୁଣ୍ଡକୁ ଉଠିଥିଲା । କଟୁରୀରେ ପତ୍ନୀଙ୍କୁ ଚୋଟ ପରେ ଚୋଟ ପକାଇ ଥିଲା । ଘଟଣାସ୍ଥଳରେ ସ୍ତ୍ରୀ ଯଶୋଦାଙ୍କ ମୃତ୍ୟୁ ଘଟିଥିଲା । ପତ୍ନୀଙ୍କୁ ହତ୍ୟା କରିବା ପରେ ବିଷ ପିଇ ଦେଇଥିଲେ ମନୋରଞ୍ଜନ। ଏହା ପରେ ସେ ସେଠାରୁ ପଳାଇବାକୁ ଉଦ୍ୟମ ମାରୁଥିଲେ। ଗାଁ ଲୋକେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ତାଙ୍କୁ ଆଣିବା ବେଳେ ସେ ବାନ୍ତି କରିବାରୁ ବିଷ ପିଇଥିବା ଜାଣି ଗାଁ ଲୋକେ ବିଲରେ ପକାଇ ପଳାଇ ଆସିଥିଲେ।
ବାଇଟ ୨
(ଫାଭିଓ) ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସ୍ତ୍ରୀ ସ୍ୱର୍ଗରେ, ସ୍ୱାମୀ ମୃତ୍ୟୁ ସହ ସଂଗ୍ରାମ କରୁଛି ମେଡ଼ିକାଲରେ । ଏଠି ସିନା ହେଲା କଳି, ସ୍ୱର୍ଗରେ ହେବ କି କୋଳାକୋଳୀ । ସୋରରୁ ଶରତ ନାୟକଙ୍କ ରିପୋର୍ଟ କଳିଙ୍ଗ ଭାସ୍କର ।

Share this…
Share on Facebook

Facebook