ନାବାଳିକାକୁ ଅପହରଣ ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ଵାରସ୍ତ

ଢେଙ୍କାନାଳ ଜିଲ୍ଲା, ବାଲିମି ଥାନା ଅନ୍ତର୍ଗତ ପାଟରା ପଞ୍ଚାୟତର ମଣ୍ଡାଲଣ୍ଡା ଗ୍ରାମର ସଂଜୟ କୁମାର ସାହୁ, ବୟସ 40 ବର୍ଷ l ତାଙ୍କ ଝିଅ ଲଷ୍ମୀପ୍ରିୟା ସାହୁ, ବୟସ 13 ବର୍ଷ l ତାଙ୍କୁ ଗତ ମଇ ମାସ 5 ତାରିଖରେ ସନ୍ଧ୍ୟା 8 ଘଟିକା ସମୟରେ ସେହି ଗ୍ରାମର ଲିକୁନ ସାହୁ, ବୟସ 22 ବର୍ଷ, ପିତା – ପଞ୍ଚୁ ସାହୁ ଜୋରଜବରଦସ୍ତି ଘରୁ ନେଇକି କୁଆଡେ ଚାଲିଯାଇଛି l ଝିଅର ବାପା ଏକ ଲିଖିତ ଅଭିଯୋଗ ଲିକୁନ ସାହୁ ନାମରେ ବାଲିମି ଥାନାରେ ଦେଇଛନ୍ତି l ତାପରେ ମଧ୍ୟ ବାଲିମି ଥାନା ଅଧିକାରୀ ବାପା ଓ ପୁଅକୁ ଗିରଫ କରିନାହାନ୍ତି l
ଏଥିପାଇଁ ସଂଜୟ କୁମାର ସାହୁ ଓ ତାଙ୍କ ସ୍ତ୍ରୀ ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହୋଇଛନ୍ତି l

Share this…
Share on Facebook

Facebook