ଖବର ଆଜିର

ତାରିଖ ୨୯-୦୬-୨୦୨୨/ବୁଧବାର
୧-ଦୀପକ ହୁଡାଙ୍କ ଶତକ ବଳରେ ଭାରତ ଆୟର୍ଲାଣ୍ଡକୁ 4 ରନରେ ପରାସ୍ତ କରି ସିରିଜରେ 2-0 ବିଜୟ

୨-ଆୟରଲାଣ୍ଡ ବିପକ୍ଷରେ ଗର୍ଜିଲା ଦୀପକ ହୁଡ୍ଡାଙ୍କ ବ୍ୟାଟ୍, ୫୫ ବଲରେ ମାରିଲେ ଶତକ, ରୋହିତଙ୍କ କ୍ଲବରେ ସାମିଲ୍

୩-ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓ ବୋର୍ଡରୁ ଇସ୍ତଫା ଦେବାପରେ ତାଙ୍କ ବଡ଼ପୁଅ ଆକାଶ ଅମ୍ବାନୀଙ୍କୁ ପରିଚାଳନା ବୋର୍ଡର ଅଧ୍ୟକ୍ଷ ଭାର ଦେଇଛନ୍ତି।

୪-ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବାରୁ – ଟେଲର କହ୍ନେୟା ଲାଲଙ୍କୁ ହତ୍ୟା କଲେ ଦୁଇ ଦୁର୍ବୃତ୍ତ, ଗିରଫ କଲା ପୁଲିସ

୫-ଉଦୟପୁରରେ ଯୁବକଙ୍କୁ ନିର୍ମମ ହତ୍ୟା: ୨୪ ଘଣ୍ଟା ଯାଏଁ ଇଣ୍ଟରନେଟ ବନ୍ଦ, ୬ ଆଇପିଏସ ଏବଂ ୩୦୦୦ ପୋଲିସ ଯବାନ ମୁତୟନ

୬-ଦୁଇ ହତ୍ୟାକାରୀ କହ୍ନେୟାଲାଲର ଗଳାକୁ କାଟି ଦେଇଛନ୍ତି । ଘଟଣା ପରେ ଉଦୟପୁରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଆଇନ ଶୃଙ୍ଖଳା ପରିସ୍ଥିତି ବାଜୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି

୭-୨୦୨୪ ପାଇଁ ରାଜ୍ୟ ବିଜେପିର ନିର୍ବାଚନ ପ୍ରସ୍ତୁତି: ଆଜି କାର୍ଯ୍ୟକାରିଣୀରେ ଆସିବ ଚିଠା ପ୍ରସ୍ତାବ ।

୮-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟିଙ୍କ ଉପରେ ଆସୁଛି ବାୟୋପିକ୍ ସିନେମା ‘ଅଟଲ’

୯-ବିଶ୍ୱ ଦରବାରରେ ଝଲସିଲା ଭାରତର କଳା ସଂସ୍କୃତି: ଜି ୭ ସମ୍ମିଳନୀରେ ରାଷ୍ଟ୍ରନେତାଙ୍କୁ ମୋଦିଙ୍କ ଉପହାର ।

୧୦-ଗବେଷଣା ଓ ସମ୍ପ୍ରସାରଣ ସଭା ଉଦ୍ଘାଟିତ: ବିଭିନ୍ନ ଫସଲର ୧୭୦ କିସମ ଉଦ୍ଭାବନ କରିଛି ଓୟୁଏଟି ।

୧୧-ଦୁର୍ଦ୍ଦାନ୍ତ ମାଓବାଦୀ ଅଶୋକଠାରୁ ୩୯ ଲକ୍ଷ ଜବତ: ଗିରଫ ପରେ ୬୦ ଜଣ ସହଯୋଗୀଙ୍କ ଆତ୍ମସମର୍ପଣ

୧୨-ସମନ୍ୱିତ କୃଷି, ମହିଳା ସଶକ୍ତୀକରଣ କୃଷକଙ୍କ ଆୟ ଦ୍ୱିଗୁଣିତ କରିବ: କୃଷି ମନ୍ତ୍ରୀ

୧୩-ସଙ୍କଟରେ ଉଦ୍ଧବ ସରକାର ! ରାଜ୍ୟପାଳଙ୍କୁ ଭେଟି ଆସ୍ଥା ଭୋଟ୍ ଦାବି କଲେ ଦେବେନ୍ଦ୍ର ଫଡଣବିସ୍

୧୪-୭ ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭୋଭାକ୍ସ ଟିକା ।

୧୫-GST Council Meeting: ଟିକସ ହାରକୁ ତର୍କସଙ୍ଗତ କରିବା ନେଇ GoMର ଅନ୍ତରୀଣ ରିପୋର୍ଟକୁ ମଞ୍ଜୁରୀ

୧୬-ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ୨୫ ଲକ୍ଷ ସହାୟତା ପ୍ରଦାନ କଲେ ଅମୀର ଖାନ୍, ଧନ୍ୟବାଦ ଦେଲେ ଆସାମ ମୁଖ୍ୟମନ୍ତ୍ରୀ

୧୭-୧୫ ଦିନର ଅନବସର ସାରି ନବଯୌବନ ଦର୍ଶନ ଦେବେ ମହାପ୍ରଭୁ ।

୧୮-ଆମେରିକାକୁ ରୁଷର ପାଲଟା ଜବାବ: ଜୋ ବାଇଡେନଙ୍କ ସମେତ ୨୫ଜଣଙ୍କ ରୁଷ ପ୍ରବେଶ ଉପରେ ଲାଗିଲା କଟକଣା ।

୧୯-ରାଜ୍ୟ ମାଗିଲେ ଜିଏସ୍ଟିରେ ବଡ଼ ଭାଗ: ବହୁ ଟିକସ ଛାଡ଼ ସୁବିଧା ପ୍ରତ୍ୟାହୃତ, କିଛି ସାମଗ୍ରୀର ଟିକସ ହାର ବଦଳିଲା।

Share this…
Share on Facebook

Facebook