ଅତିରିକ୍ତ ଶିକ୍ଷାଧିକାରୀଙ୍କ ଉଛୁଳା ପ୍ରେମ; ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ସହ ଜବରଦସ୍ତ କରିଥିଲେ ପ୍ରେମ ଭିକ୍ଷା ।

କେନ୍ଦ୍ରାପଡ଼ା;  ଅତିରିକ୍ତ ଶିକ୍ଷାଧିକାରୀଙ୍କ ଉଛୁଳା ପ୍ରେମ । ପୂର୍ବରୁ ଶିକ୍ଷାଅଧିକାରୀ ଛାତ୍ରୀଙ୍କ ଉପରେ ରଖିଥିଲେ ପାପ ନଜର । ରବିବାର ମୌକା ଦେଖି ସାର ଆମର ଚୌକା ମାରିବା ବେଳେ ଫସିଗଲେ । ଛାତ୍ରଙ୍କୁ ଏକୁଟିଆ ଦେଖି ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ସହ ଜବରଦସ୍ତ କରିଥିଲେ ପ୍ରେମ ଭିକ୍ଷା । ଆଉ ଏତିକି ବେଳେ ଛାତ୍ରୀଙ୍କ ଚିତ୍କାର ସବୁ ଓଲଟପାଲଟ କରିଦେଲା । ଏମିତି କଳଙ୍କିତ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ଗୁରୁ ହେଉଛନ୍ତି ରାଜନଗର ବ୍ଲକ ଶିକ୍ଷାଅଧିକାରୀ ସୁବାସ ଚନ୍ଦ୍ର ମହାନ୍ତି । ସାରଙ୍କ ନାଁ ଯେପରି ସୁବାସ ବାବୁଙ୍କ ପ୍ରେମ ପାଠରେ ମଧ୍ୟ ସେତିକି ସୁବାସିତ ।

ଏପରି ମନ୍ଦ ବାସ୍ନା ସୃଷ୍ଟି କରିଛନ୍ତି ସାର ଆମର ପୁରା ଗୁରୁ ଜାତି ପାଇଁ କଳଙ୍କ ସୃଷ୍ଟି କରିଛନ୍ତି । ସାର ଆମର ଗତକାଲି ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଯୌନ ଭିକ୍ଷା କରିଥିଲେ । ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ସ୍କୁଲ ଛାଡ଼ି ସାର ଆମର ନିଖୋଜ ହୋଇ ଯାଇଥିଲେ । ମାତ୍ର ଗୁରୁଙ୍କ ମନ୍ଦଗୁଣ ଥିଲେ ବି ଆଜି ଭୁଲର ସ୍ୱୀକାର କରିବା ପାଇଁ ଛାତ୍ରୀଙ୍କ ଘରକୁ ଆସିଥିଲେ ।

କିନ୍ତୁ ସମାଧାନ କରିବା ପରିବର୍ତେ ଗାଁ ଲୋକ ମେଳି ହୋଇ ସାରଙ୍କୁ ବାନ୍ଧି ପ୍ରବଳ ମାଡ଼ ମାରି ରାଜନଗର ଥାନାରେ ଜିମା ଦେଇଥିଲେ । ଏହାସହ ଅସାଧୁ ଶିକ୍ଷା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ସମ୍ମୁଖରେ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରାପଡ଼ାରୁ ଦଇତାରୀ ଜେନାଙ୍କ ରିପୋର୍ଟ mpx news odia ।

Share this…
Share on Facebook

Facebook