ଖବର ଆଜିର…..ତାରିଖ ୨୮-୦୬-୨୦୨୨/ମଙ୍ଗଳବାର

୧-ସେୟାର ବାୟବେକର ଘୋଷଣା କଲା ବଜାଜ ଅଟୋ, ୪୬୦୦ ଟଙ୍କା ପ୍ରତି ସେୟାର ହିସାବରେ ୫୪.୩୫ ଲକ୍ଷ ସେୟାର କିଣିବାକୁ ଯୋଜନା

୨-ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା: ନାମାଙ୍କନ ସମୟରେ ବିରୋଧୀ ମେଂଟର ଶକ୍ତି ପ୍ରଦର୍ଶନ ।

୩- ଜି-୭ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ: ଜଳବାୟୁ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉପରେ ହେବ ଆଲୋଚନା

୪-ଅଡୁଆରେ ଶିବସେନା ସଙ୍କଟ ମୋଚକ ସଞ୍ଜୟ ରାଉତ: ଜମି ଦୁର୍ନିତୀ ମାମଲାରେ ଜେରା ପାଇଁ ଶିବସେନା ସାଂସଦଙ୍କୁ ଇଡିର ସମନ

୫-ରଥ ଉଚ୍ଚତାକୁ ନେଇ ଗଜପତିଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଲେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ସିଂଦେଓ । କହିଲେ, ୧୬୭୧ରୁ ଚାଲି ଆସୁଛି କେନ୍ଦୁଝରରେ ରଥଯାତ୍ରା

୬-ରଥଯାତ୍ରାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା, ପୁରୀ ମେଡ଼ିକାଲରେ ୫୦ଟି ଅତିରିକ୍ତ ବେଡ଼ ସମେତ ସ୍ୱତନ୍ତ୍ର ଓଟି ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ

୭-୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ହେବ ଭୁବନେଶ୍ବର, ୩ ବର୍ଷରେ ମଲେଣି ୧୫୮, ଆକ୍ରାନ୍ତଙ୍କ ସଂଖ୍ୟା ବେଲଗାମ

୮-ରଥଯାତ୍ରା ପାଇଁ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ସୁରକ୍ଷା : ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ।

୯-ସଡ଼କ ସୁରକ୍ଷା ପାଇଁ ବିଶ୍ବବ୍ୟାଙ୍କ ଦେବ ୨୫ କୋଟି ଡଲାର, ଓଡ଼ିଶା ସମେତ ୭ ରାଜ୍ୟରେ କାର୍ଯ୍ୟକାରୀ ହେବ

୧୦-ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବାରୁ କରୋନା ସଂକ୍ରମଣ ସମ୍ଭାବନା ରହିଛି। ତେଣୁ ୧୦ଲକ୍ଷ ଭକ୍ତଙ୍କୁ ମାଗଣାରେ ମାସ୍କ(ତୁଣ୍ଡି) ଯୋଗାଇ ଦିଆଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।

୧୧-ବିଶ୍ବ ଜନସଂଖ୍ୟାର ୧୭% ଭାରତ, ଅଙ୍ଗାରକାମ୍ଳ ନିର୍ଗମନ କରୁଛି ​୫%‌: ମୋଦୀ।

୧୨-ରଥଯାତ୍ରା ପାଇଁ ସ୍ୱତନ୍ତ୍ର ରେଳ ଚଳାଚଳ ବ୍ୟବସ୍ଥା: ଚାଲିବ ୨୦୫ ଟେନ୍

୧୩-ସପିଂ ମଲ୍‌ରେ ମିସାଇଲ୍ ଆଟାକ୍ କଲା ଋଷ; ୧୦ ମୃତ୍ୟୁ, ୪୦ରୁ ଅଧିକ ଆହତ, ବଢିପାରେ ମୃତ୍ୟୁ ସଂଖ୍ୟା

୧୪-#instagramdown: Instagram ସର୍ଭର ଡାଉନ ହେବା ପରେ ଭାଇରାଲ ହେଲା ୟୁଜର୍ସଙ୍କ Funny Memes & Tweets ।

୧୫-ସାଙ୍ଗଲୀ ଗଣ ଆତ୍ମହତ୍ୟା ମାମଲାରେ ନୂଆ ମୋଡ, ତାନ୍ତ୍ରିକ ଅବ୍ବାସ ମହମ୍ମଦ ଅଲୀ ଦେଇଥିଲା ପରିବାରର ୯ ଜଣଙ୍କୁ ବିଷ ।

୧୬-ହାତୀର ମରଣଯନ୍ତା ପାଲଟିଛି ଓଡିଶା ଜଙ୍ଗଲ: ପୁଣି ନରସିଂହପୁରରୁ ମିଳିଲା ହାତୀର କଙ୍କାଳ

୧୭-ସୁପ୍ରିମକୋର୍ଟଙ୍କ ରାୟ ପରେ ସଞ୍ଜୟ ରାଉତଙ୍କ ପ୍ରତିକ୍ରିୟା: ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବ, କାହାକୁ ଛଡାଯିବନି ।

ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook