କିଶାନନଗର ଥାନାରେ ଆତ୍ମହୁତି ମାମଲା ; ମୃତ ଗୁଣନିଧିଙ୍କ ପୁଅ ସୁଦର୍ଶନ ବିଶୋଇ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ

ସାଲେପୁର ; କିଶାନନଗର ଥାନାରେ ଆତ୍ମହୁତି ମାମଲା । ଆଜି ମୃତ ଗୁଣନିଧି ବିଶୋଇଙ୍କ ପୁଅ ସୁଦର୍ଶନ ବିଶୋଇ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଇଛନ୍ତି । କିଶାନନଗର ଥାନା ଆଇଆଇସି ସସ୍ମିତା ରଣାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ରିପୋର୍ଟ ଅନୁଯାୟୀ ସାଇଁପେରୁଆ ଗାଁର ଗୁଣନିଧି ବିଶୋଇ ଜମିବାଡ଼ି ବିବାଦରେ ନ୍ୟାୟ ପାଇବା ପାଇଁ ବାରମ୍ବାର ଥାନାକୁ ଆସି ନୟାନ୍ତ ହୋଇଥିଲେ । ଶେଷରେ ନିରୂପାୟ ହୋଇ ଗତ ୨୩ ତାରିଖ ଦିନ ଥାନା ପରିସରରେ ଆତ୍ମହୁତି ଦେଇଥିଲେ ।

ଗୁଣନିଧିଙ୍କ ଦେହ ୯୦ ପ୍ରତିଶତ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଏବଂ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଥାନା ପରିସର ଏକ ସୁରକ୍ଷିତ ସ୍ଥାନରେ ଜଣେ ନ୍ୟାୟ ପାଇଁ ଆତ୍ମହୁତି କରିବା ଘଟଣାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ଓ ସ୍ୱସ୍ଥ୍ୟସେବୀ ସଂଗଠନ ତିବ୍ର ବିରୋଧ କରିଥିଲେ । ଅନ୍ୟପଟେ ଆଜି ସାମାଜିକ ସଂଗଠନ ଓ ଗ୍ରାମବାସୀ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଆଇଆଇସିଙ୍କୁ ଗିରଫ ଓ ଚାକିରୀରୁ ନିଲମ୍ବନ ଦାବି କରିଥିଲେ । ଏହାସହ ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ମାନବ ଅଧିକାର କମିଶନ ଓ ପୋଲିସ ବିଭାଗକୁ ପତ୍ର ପ୍ରେରଣ କରି ଦାବି କରିଛନ୍ତି । ସାଲେପୁରରୁ ମନୋଜ ସାହୁଙ୍କ ରିପୋର୍ଟ mpx news odia ।

Share this…
Share on Facebook

Facebook