ବୈଦ୍ୟଙ୍କ ପରାମର୍ଶରେ ପ୍ରଭୂଙ୍କୁ ଦଶମୁଳ ଓସ୍ବ ଦିଆଯିବାପରେ ପ୍ରଭୂ ସୁସ୍ଥ ହୋଇଛନ୍ତି । ଗୁପ୍ତସେବା ଶେଷ ହେବା ପରେ ଶ୍ରୀଜିଉମାନେଙ୍କର ସ୍ବାସ୍ଥ୍ୟବସ୍ଥାକୁ ଗଜପତି ମହାରାଜାଙ୍କୁ ଜଣାଇବା ପରମ୍ପରା ହେଉଛି ରାଜପ୍ରସାଦ ବିଜେ ।

ସ୍ନାନପୁଣ୍ଣିମାଠାରୁ ଶ୍ରୀଜିଉମାନେ ଅନବସରରେ ରହି ଦଇତାପତିମାନଙ୍କ ଦ୍ବାରା ଉପଚାର ହେଉଥିଲେ । ବୈଦ୍ୟଙ୍କ ପରାମର୍ଶରେ ପ୍ରଭୂଙ୍କୁ ଦଶମୁଳ ଓସ୍ବ ଦିଆଯିବାପରେ ପ୍ରଭୂ ସୁସ୍ଥ ହୋଇଛନ୍ତି । ଗୁପ୍ତସେବା ଶେଷ ହେବା ପରେ ଶ୍ରୀଜିଉମାନେଙ୍କର ସ୍ବାସ୍ଥ୍ୟବସ୍ଥାକୁ ଗଜପତି ମହାରାଜାଙ୍କୁ ଜଣାଇବା ପରମ୍ପରା ହେଉଛି ରାଜପ୍ରସାଦ ବିଜେ । ଶ୍ରୀଅଙ୍ଗରୁ ବାହାରିଥିବା ପ୍ରସାଦକୁ ଜଗନ୍ନାଥଙ୍କ ପକ୍ଷରୁ ଗଜପତିଙ୍କ ଉଦ୍ଧେଶ୍ୟରେ ଦଇତାପତିମାନେ ନେଇକରିଆସିଥାନ୍ତି । ସେପଟେ ରଥଯାତ୍ରା ଦିନ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ଯପାଳ ଓ ଅନେକ ଭିଭିଆଇପିଙ୍କ ଆଗମନକୁ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିବା କହିଛନ୍ତି ପୁରୀ ଏସପି।
ଶ୍ରୀମନ୍ଦିରର ଅନବସରେ ଶ୍ରୀଜିଉଙ୍କ ଉପଚାର ପରେ ଏବେ ସେ ପୁରା ସୁସ୍ଥ । ଅନବସର ସମୟରେ ଶ୍ରୀଅଙ୍ଗରୁ ବାହାରିଥିବା ପ୍ରସାଦ ଚନ୍ଦନ , କରାଳ ଓ ପାଟଡୋରିକୁ ଧରି ଦଇତାପତିମାନେ ଶ୍ରୀନଅରକୁ ଆସିଥାନ୍ତି । ଏହି ପ୍ରସାଦକୁ ଶ୍ରୀଜିଉ ତାଙ୍କର ପ୍ରଥମ ସେବକ ଗଜପତି ମହାରାଜଙ୍କୁ ଦ୍ବାଦଶୀ ତିଥିରେ ଦଇତାପତିମାନେ ଆଣି ଭେଟ ଦେଇଥାନ୍ତି । ଏହି ସମୟରେ ବାଡଗ୍ରାହୀ ଓ ଦଇତାପତି ସମ୍ପ୍ରଦାୟର ସମସ୍ତେ ଆସି ରାଜପ୍ରସାଦକୁ ଆସିଥାନ୍ତି । ଏହାପରେ ଶ୍ରୀଜିଉ ସୁସ୍ଥ ହେଲେ ବୋଲି ମଧ୍ୟ ଖବରକୁ ଦଇତାପତିମାନେ ମହାରାଜାଙ୍କୁ ଦେଇଛନ୍ତି ।

ବାଇଟ-ସେବାୟତ

ଶ୍ରୀମନ୍ଦିରରୁ ଗୋଷ୍ଠୀ ସମୁହ ହୋଇ ଦଇତାପତିମାନେ ବାହାରିଥାନ୍ତି ରାଜପ୍ରସାଦ ଅଭିମୁଖେ । ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ଦଇତାପତିମାନେ ଅନାବସର ସମୟରେ ଏକ ବନ୍ନ ଖାଇ ନିୟମ ନିଷ୍ଠାରେ ତାଙ୍କର ଭାଇ ଶ୍ରୀଜିଉଙ୍କୁ ସେବାକରିଥାନ୍ତି । ଯାହାର ଫଳ ସ୍ବରୁପ ଦ୍ବାଦଶୀ ତିଥିରେ ଶ୍ରୀଜିଉଙ୍କ ସୁସ୍ଥ ହେବା ପରେ ଗଜପତି ମହାରାଜାଙ୍କ ସହିତ ଆଲୋଚନା କରି ନବଯୌବନ ପାଇଁ ସେମାନେ ପ୍ରସ୍ତୁତ ହୋଇଥାନ୍ତି । ମାତ୍ର ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ରାଜପୁରୋହିତ ସମସ୍ତ ଦଇତାପତିଙ୍କୁ ସମ୍ମାନ ଜଣାଇ ଶିଳିପା ବାନ୍ଧିଥାନ୍ତି । ଏହା ସହିତ ଚଳିତ ବର୍ଷର ଘୋଷଯାତ୍ରାରେ କିପରି ଶାନ୍ତିଶୃଙ୍ଖଳାରେ ନୀତି ସମ୍ପାଦନ କରାଯିବ ସେ ଉପରେ ମଧ୍ୟ ଗଜପତିଦଇତାପତିମାନଙ୍କ ସହ ଆଲୋଚନା କରି ଯାତ୍ରା ପାଇଁ ଅନୁମତି ଦେଇଥିଲେ । ସେପଟେ ଜୁଲାଇ ୧ରେ ରଥଯାତ୍ରା ନେଇ ପୁଲିସ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ସୁରକ୍ଷା ବ୍ଯବସ୍ଥା। ସେପଟେ ରଥଯାତ୍ରା ଦିନ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ଯପାଳ ଓ ଅନେକ ଭିଭିଆଇପିଙ୍କ ଆଗମନକୁ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିବା କହିଛନ୍ତି ପୁରୀ ଏସପି।

ବାଇଟ-ଗଜପତି ମହାରାଜ ଦିବ୍ୟସିଂହ ଦେବ
(ଫାଭିଓ)ଶ୍ରୀଜିଉମାନଙ୍କର ପରମ୍ପରା ହେଉଛି ଅନନ୍ୟ । ମାନବୀୟ ଲୀଳା ପରି ଦେହ ଅସୁସ୍ଥ ହେଲେ ବୈଦ୍ୟ , ଉପଚାର ପାଇଁ ସେବକ, ସୁସ୍ଥ ହେଲା ପରେ ନବଯୌବନ ଓ ଭକ୍ତଙ୍କୁ ନେଇ ମହାପ୍ରଭୂ ବାହାରିଥାନ୍ତି ପବିତ୍ର ଘୋଷଯାତ୍ରାରେ

Share this…
Share on Facebook

Facebook