ଭାଉଜକୁ ଜବରଦସ୍ତ ପ୍ରେମ କରିବା ମହଙ୍ଗା ପଡ଼ିଲା ; ବନ୍ଧା ହେଲା ରସିକିଆ ଦିଅର ।

ଗଞ୍ଜାମ ଜିଲ୍ଲା ଧରାକୋଟ ପୋଲିସ ଦ୍ୱାରା ଜଣେ ରସିକିଆ ଦିଅର ଗିରଫ। ନିଜ ଭାଉଜଙ୍କ ବାରଣ ସ୍ୱତେ ଜୀବନରୁ ମାରିଦେବା ଭୟ ଦେଖାଇ ଦିଅର ବାରମ୍ବାର ରଖୁଥିଲା ଶାରୀରିକ ସମ୍ପର୍କ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧରାକୋଟ ସରଧାପୁର ଅଞ୍ଚଳରେ l

ଦୁଷ୍କର୍ମ ନେଇ ପୀଡିତା ଭାଉଜ ଧରାକୋଟ ଥାନାରେ ଅଭିଯୋଗ ପରେ ଧରାକୋଟ ପୋଲିସ ଥାନା କେସ ନଂ 161/22 ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଦିଅରକୁ ଗିରଫ କରିବାରେ ସଫଳ ହୋଇଛି l ଆଜି ଅଭିଯୁକ୍ତ ଦିଅରକୁ କୋର୍ଟ ଚାଲାଣ କରାଯାଇଥିବା ଧରାକୋଟ ଥାନା ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି ।
ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋଟ

Share this…
Share on Facebook

Facebook