ରାଜନୈତିକ ଗୋଷ୍ଠୀ ସଂଘର୍ଷ; ବୁଲିଲା ଖଣ୍ଡା ,୫ଆହତ

ଚାନ୍ଦବାଲି ;ରାଜନୈତିକ ଗୋଷ୍ଠୀ ସଂଘର୍ଷ । ପଂଚାୟତ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମକୁ ନେଇ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ । ଯୁକ୍ତି ତର୍କ ପରେ ହାତାହାତି ଶେଷରେ ଝଗଡ଼ା ଉଗ୍ରରୂପ ନେଇଥିଲା । ବୁଲିଲା ମାରଣାସ୍ତ୍ର, ଭୁଜାଲି ଖଣ୍ଡା । ଘଟଣାସ୍ଥଳରେ ଉଭୟ ପକ୍ଷରୁ ୫ ଜଣ ଆହାତ ହୋଇଥିବା ବେଳେ ବିଜେପିର ଜଣେ କର୍ମୀ ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି ।

ରିପୋର୍ଟ ଅନୁଯାୟୀ ଚାନ୍ଦବାଲିରେ ସମବାୟ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ସରିଥିବା ବେଳେ ୨ୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ହିଂସା । ତେବେ ଗୋପିନାଥ ପଂଚାୟତ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମକୁ ନେଇ ବିଜେପି ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ ରତାକ୍ତ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏପରି ହିଂସାକୁ ନେଇ ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ ରାଜନୈତିକ ହିଂସାକୁ ଦୁଷ୍ଟି ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ଚାନ୍ଦବାଲିରୁ ଦେବକାନ୍ତ ମାହାନ୍ତିଙ୍କ ରିପୋର୍ଟ mpx news odisha ।

Share this…
Share on Facebook

Facebook