ମନ୍ତ୍ରୀ ଓ ବିଧାୟକ ବିନା ହେଲମେଟ୍‌ରେ ବାଇକରେ ସ୍କୁଲ ଭିଜିଟ;ଟ୍ରାଫିକ ନିୟମ ଭାଙ୍ଗି ଗଣିଲେ ଜରିମାନା ।

ବାଲେଶ୍ୱର; ସ୍କୁଲ ପରିଦର୍ଶନ କରି ହଟହଟା ହେଲେ ମନ୍ତ୍ରୀ ଓ ବିଧାୟକ । ବିନା ହେଲମେଟ୍‌ରେ ବାଇକରେ ସ୍କୁଲ ଭିଜିଟ କରୁଥିବା ବେଳେ ଟ୍ରାଫିକ ନିୟମ ଭାଙ୍ଗି ଗଣିଲେ ଜରିମାନା । ଟ୍ରାଫିକ ଥାନାରେ ପହଂଚି ୧ହଜାର ଫାଇନ ଦେଲେ ବିଧାୟକ ସ୍ୱରୂପ ଦାସ । ରିପୋର୍ଟ ଅନୁଯାୟୀ ଆଜି ସକାଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ମର୍ଣ୍ଣିଂ ୱକ ଯାଇଥିଲେ । ପରେ ପରେ ମନ୍ତ୍ରୀ ଓ ବିଧାୟକ ଅଚାନକ ବାଇକ ସାହାର୍ଯ୍ୟରେ କିଛି ସ୍କୁଲ ପରିଦର୍ଶନରେ ବାହାରିଥିଲେ ।

ମାତ୍ର ମୁଣ୍ଡରେ ହେଲମେଟ ନଥିବାରୁ ସାଧାରଣ ବ୍ୟକ୍ତି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ମନ୍ତ୍ରୀକୁ ଟ୍ରାଫିକ ପୋଲିସ ପକ୍ଷରୁ ଫୋନ କଲ ଆସିଥିଲା । ଏହା ପରେ ମନ୍ତ୍ରୀ ବିଧାୟକ ନିଜ ଭୁଲ ସ୍ୱୀକାର କରିବା ସହ ଟ୍ରାଫିକ ଥାନାକୁ ଯାଇ ୧ହଜାର ଟଙ୍କା ଫାଇନ ଦେଇଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ ଏବେ ସାରା ରାଜ୍ୟରେ ଜିଲ୍ଲା ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଚାଲିଥିବା ବେଳେ ଗତକାଲି ମୟୂରଭଂଜରେ ମିଟିଂ ସାରି ଆଜି ଅପରାହ୍ନରେ ବାଲେଶ୍ୱରରେ ଆସନ୍ତାକାଲି ଭଦ୍ରକରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସୋରରୁ ଶରତ ନାୟକଙ୍କ ରିପୋର୍ଟ  ।

Share this…
Share on Facebook

Facebook