୩କ ପଣିକିଆ କହିପାରିଲେନି ପଞ୍ଚମ ଶ୍ରେଣୀ ପିଲା ;ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ ।

ବାଲେଶ୍ୱର ; ୩କ ପଣିକିଆ କହିପାରିଲେନି ପଞ୍ଚମ ଶ୍ରେଣୀ ପିଲା । ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲରେ ପାଠ ପଢା କେମିତି ଚାଲିଛି ତାର ତଦାରଖ ପାଇଁ ଆଜି ଅଚାନକ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବାଲେଶ୍ୱରର ଏକ ପ୍ରାଥମିକ ସ୍କୁଲରେ ପହଞ୍ଚିଥିଲେ । ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ପଣିକିଆ ପଚାରିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ପିଲା କହିପାରିନଥିଲେ । ଏପରିକି କିଛି ପିଲା ତିନିକେ ପଣିକିଆ ମଧ୍ୟ କହିପାରିନଥିଲେ । ପଞ୍ଚମ ଶ୍ରେଣୀ ପିଲା ତିନିକେ ପଣିକିଆ ନ କହିପାରିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଧାନଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ସନ୍ତୋଷଜନକ ନ ଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏଥିସହ ତାଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ ୪ ଦିନିଆ ଗସ୍ତରେ ବିଭିନ୍ନ ଜିଲ୍ଲା ବୁଲି ପ୍ରଧାନଶିକ୍ଷକମାନଙ୍କ ସହ ଆଲୋଚନା କରୁଛନ୍ତି । ଶିକ୍ଷାବ୍ୟବସ୍ଥାର ମାନ ବଢାଇବା ଲାଗି ବିଚାରବିମର୍ଷ କରାଯାଉଛି

ମହାବୀର ନୋଡାଲ ୟୁପି ସ୍କୁଲ ପରିଦର୍ଶନ ସମୟରେ ମନ୍ତ୍ରୀ କ୍ଲାସ୍‌ ରୁମ୍‌ରେ ଥିବା ପିଲାଙ୍କ ସହ କଥା ହୋଇଥିଲେ। ମନ୍ତ୍ରୀ ତୃତୀୟ ଶ୍ରେଣୀ ପିଲାଙ୍କ ସହ କଥା ହେଉଥିବା ବେଳେ ସେମାନଙ୍କୁ ତିନିକ ପଣକିଆ ପଚାରିଥିଲେ। ମାତ୍ର ସେମାନେ ତିନିକ ପଣିକିଆ ଠିକ୍‌ ଭାବେ କହି ପାରି ନ ଥିଲେ। ଏଥିରେ କ୍ଷୁବ୍ଧ ହୋଇ ମନ୍ତ୍ରୀ ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜବାବ ତଲବ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ମନ୍ତ୍ରୀ ତାଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ନୋଟିସ୍ ଜାରି କରି ୧୫ ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏବେ ଜିଲ୍ଲାୱାରୀ ପ୍ରଧାନ ଶିକ୍ଷକ ସମ୍ମିଳନୀ ଚାଲିଛି।  ଗତ ୨୩ ତାରିଖରେ କେନ୍ଦୁଝରରେ ଓ ୨୪ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ସମ୍ମିଳନୀ ସରିଛି। ଆଜି ଅପରାହ୍ନ ୩ଟାରେ ବାଲେଶ୍ୱର ଜିଲ୍ଲାରେ ପ୍ରଧାନ ଶିକ୍ଷକଙ୍କ ସମ୍ମିଳନୀ ଥିବା ବେଳେ ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କରୋନା ଯୋଗୁଁ ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଯାଇଥିବା ବେଳେ ତାହାକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବାକୁ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Share this…
Share on Facebook

Facebook