ପୋଲିସ ବାନ୍ଧିବା ପୂର୍ବରୁ ଆତ୍ମସମର୍ପଣ କଲା ସାମ୍ବାଦିକ ।

ତିହିଡ଼ି ;  ପୋଲିସ ବାନ୍ଧିବା ପୂର୍ବରୁ ଆତ୍ମସମର୍ପଣ କଲା ସାମ୍ବାଦିକ । ସାମ୍ବାଦିକ ସଞ୍ଜୟ ଦାସ ମାନସିକ ବିକୃତି ଘଟିଥିବା ଯୁବକକୁ ମାଡ଼ ମାରି ହରଡ଼ଘଣାରେ ପଡ଼ିଛନ୍ତି । ପୋଲିସ ବାନ୍ଧିବା ପୂର୍ବରୁ ଭଦ୍ରକ ସାଇବଙ୍ଗ ଥାନାରେ ଆତ୍ମ ସମର୍ପଣ କରିଛନ୍ତି । କିଛି ଦିନ ଫେରାର ଥିବା ବେଳେ ସାମ୍ବାଦିକର ନକଲି ବୁଦ୍ଧି ଆଉ କାମ କରି ନଥିଲା । ଶେଷରେ ହାତ ଟେକି ଦେଇ ଥାନାରେ ଅତ୍ମସମର୍ପଣ କରିଛନ୍ତି ସାମ୍ବାଦିକ । ରିପୋର୍ଟ ଅନୁଯାୟୀ ଗତ ୨୨ ତାରିଖ ଦିନ ସଞ୍ଜୟ ନାମକ ସାମ୍ବାଦିକ ସୈତାନ ହୋଇଥିଲେ । ଜଣେ ଅଣ ଓଡ଼ିଆ ମାନସିକ ବିକାରଗ୍ରସ୍ତ ଲୋକକୁ ଗଛରେ ବାନ୍ଧି ନିର୍ଧୁମ ପିଟିଥିଲେ ।

ତିହିଡ଼ି ଅଂଚଳରେ ଏହି ପାଗଳକୁ ଦେଖି ସ୍ଥାନୀୟ ଯୁବକ ଘୋଉଡ଼ାଇବା ସହ ଟେକା ଫିଙ୍ଗିଥିଲେ । କିନ୍ତୁ ପାଗଳଟି ରାଗି ଯାଇ ଲୋକଙ୍କ ଉପରକୁ ଟେକା ଫିଙ୍ଗିଥିଲା । ଏଥିରେ ଜଣେ ଆହାତ ହେବାରୁ ସ୍ଥାନୀୟ ଲୋକ ପାଗଳକୁ ଗଛରେ ବାନ୍ଧି ଦେଇଥିଲେ । ମାତ୍ର ସାମ୍ବାଦିକ ନ୍ୟାୟ ଦେବାକୁ ଆସି ପାଗଳକୁ ନିର୍ଧୁମ ପିଟିଥିଲେ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ଯୁବକକୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲକୁ ପଠାଇଥିଲା । ଏବଂ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଚାନ୍ଦବାଲିରୁ ଦେବକାନ୍ତ ମାହାନ୍ତି ଙ୍କ ରିପୋର୍ଟ  ।

Share this…
Share on Facebook

Facebook