ବିରୂପା ନଦୀକୁ ଓଲଟିଲା ସ୍କୁଲ ବସ୍

ସାଲେପୁର ; ନଦୀକୁ ଓଲଟିଲା ସ୍କୁଲ ବସ୍ । ଆଜି ସକାଳୁ ଉତ୍କଳ ଇଣ୍ଟଟଂରନେସ୍ନାଲ ସ୍କୁଲ ବସଟି ବିରୂପା ନଦୀକୁ ଓଲଟି ପଡ଼ିଛି । ବସରେ ପ୍ରାୟ ୧୦ ଜଣ ସ୍କୁଲ ପିଲା ଥିବା ବେଳେ ଦୁର୍ଭଗ୍ୟବସତ କାହାର କ୍ଷତି ହୋଇନାହିଁ । ତେବେ ବସଟି ଓଲଟି ପଡ଼ିବା ସମୟରେ ବାଟୋଇଙ୍କ ସାହାର୍ଯ୍ୟରେ ଛାତ୍ର ଛାତ୍ରୀଙ୍କୁ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କରିଥିଲେ । ରାସ୍ତାଟି ଅଣ ଓସାରିଆ ହୋଇଥିବା ବେଳେ ପ୍ରତିଦିନ ଛୋଟ ମୋଟ ଦୁର୍ଘଟଣା ହୋଇଥାଏ । ରାସ୍ତାଟି ସଂମ୍ପ୍ରସାରଣ କରିବାକୁ ସ୍ଥାନୀୟ ଲୋକ ଜିଲ୍ଲାପ୍ରଶାସନ ଓ ରାଜନେତାଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ ।

ବିଶେଷକରୀ ରାସ୍ତାଟି ଜଳସେଚନ ଅଧିନରେ ଥିବା ବେଳେ ବିଭାଗୀୟ ଅଧିକାରୀ ପକ୍କା ରାସ୍ତା ପାଇଁ ଧ୍ୟାନ୍ନ ଦେଉ ନାହାଁନ୍ତି । ତେବେ ରାସ୍ତାଟିର କ୍ଷମତା ୧୦ଟନ ଥିବା ବେଳେ ପ୍ରତିଦିନ ବାଲି ମାଫିଆ ଓ ମୋହରମ ମାଫିଆ ମାନେ ହାଇୱା ମାଧ୍ୟମରେ ଶହ ଶହ ଟ୍ରିପ ଲୁଟୁଛନ୍ତି । ଯାହା ଫଳରେ ରାସ୍ତାଟି ମରଣଜନ୍ତା ପଲଟିଛି । ଯଦି ଜିଲ୍ଲାପ୍ରଶାସନ ଯୁଦ୍ଧକାଳୀନ ଭିତିରେ ସ୍ଥାଇରାସ୍ତା ନିର୍ମାଣ ନକରନ୍ତି ତେବେ ସ୍ଥାନୀୟ ଲୋକ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ରିପୋର୍ଟ …. ମନୋଜ ସାହୁ, ସାଲେପୁର…

Share this…
Share on Facebook

Facebook