ଦୁର୍ଘଟଣାରେ ମହିଳା ଫରେଷ୍ଟ କର୍ମଚାରୀ ମୃତ ।

ଭଞ୍ଜନଗର;  ଦୁର୍ଘଟଣାରେ ମହିଳା ଫରେଷ୍ଟ କର୍ମଚାରୀ ମୃତ । ବୁଗୁଡ଼ା ଫରେଷ୍ଟ ଅଧିନରେ କାର୍ଯ୍ୟରତ ଜଣେ ମହିଳା ଫରେଷ୍ଟ ଗାର୍ଡ଼ଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି । ଶୁକ୍ରବାର ମୃତ ଫରେଷ୍ଟ ମିଟିଂ ସାରି ବାଲିପଦର ଅଫିସକୁ ଆସିବା ବେଳେ ସାମ୍ନାପଟୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ବାଲିପଦର ମେଡ଼ିକାଲ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ପରେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲକୁ ପଠା ଯାଇଛି । ତେବେ ମୃତ ଗାର୍ଡ଼ ଜଣଙ୍କ ଗତ ୩ମାସ ହେବ ବାଲିପଦର ଆସିଥିବା ବେଳେ ସେ ଜଣେ ବହୁତ ମିଷ୍ଟାଭାଷୀ ଥିଲେ ।

ତେଣୁ ଗାର୍ଡ଼ଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଚାଳକ ଫେରାର ହେଇଥିବା ବେଳେ ଟ୍ରାକ୍ଟରକୁ ଭଂଜନଗର ପୋଲିସ ଜବତ କରିଛି । ଭଞ୍ଜନଗରରୁ ନଚିକେତା ପ୍ରଧାନଙ୍କ ରିପୋର୍ଟ  ।

Share this…
Share on Facebook

Facebook