କିଶନନଗର ଥାନା ପରିସରରେ ଅଭାବନୀୟ ଦୃଶ୍ୟ ;ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ଯୁବକ

ସାଲେପୁର ; କଟକ ସଦର କିଶନନଗର ଥାନା ପରିସରରେ ଅଭାବନୀୟ ଦୃଶ୍ୟ । ଯେଉଁ ଦୃଶ୍ୟ ଆପଣଙ୍କ ଛାତିକୁ ଦୋହଲାଇ ଦେବ । ପୋଲିସ ଉପରୁ ମୋହ ତୁଟିବା ପରେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି । ଗୁରୁତର ଯୁବକ ଇସାଣିବ୍ରହ୍ମପୁର ଗାଁର ଗୁଣନିଧି ବିଶୋଇ । ଜମିବାଡ଼ି ବିବାଦକୁ ନେଇ ଥାନାକୁ ଧାଇଧାଇ ନୟାନ୍ତ ହେବା ପରେ ପୋଲିସ ପାଖରୁ ନ୍ୟାୟ ପାଇବାର ଆଶା ତୁଟିଥିଲା ।ଶେଷରେ ନେଇଥିଲା ଚରମ ନିଷ୍ପତି । ଥାନା ପରିସରରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ।

ଗୁରୁତର ଅବସ୍ଥାରେ ଗୁଣନିଧିଙ୍କୁ ସୁରକ୍ଷା ଦ୍ୱାୟିତ୍ୱରେ ଥିବା ପୋଲିସ କର୍ମଚାରୀ ଆମ୍ବୁଲାନ୍ସ ମାଧ୍ୟମରେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଛନ୍ତି । ତେବେ ଗୁରୁତର ଗୁଣନିଧିଙ୍କ ଦେହର ୫୦ପ୍ରତିଶତ ପୋଡି ଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ତେବେ ସାଧାରଣ ମଣିଷର ସବୁଠୁ ସୁରକ୍ଷିତ ସ୍ଥାନ ଥାନା ପରିସରରେ ଏପରି ଅସୁରକ୍ଷିତ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ତିବ୍ର ନିନ୍ଦା କରିଛନ୍ତି । ସାଲେପୁରରୁ ମନୋଜ ସାହୁଙ୍କ ରିପୋର୍ଟ କଳିଙ୍ଗ ଭାସ୍କର ।

 

Share this…
Share on Facebook

Facebook