ସମ୍ପତି ପାଇଁ ଭୁଲିଲା ସମ୍ପର୍କ ।

ସାଲେପୁର;  ସମ୍ପତି ପାଇଁ ଭୁଲିଲା ସମ୍ପର୍କ । ସାମାନ୍ୟ ଜମିବାଡ଼ି ବିବାଦରୁ କଟୁରୀରେ ହାଣି ପକାଇଲା । ଯିଏ ସାମ୍ନାକୁ ଆସିଲା ତାକୁ ମରଣାନ୍ତକ ଆକ୍ରମଣ କଲା । କାହାର ମୁଣ୍ଡକୁ ହାଣିଲା ତ କାହାକୁ ଛାତି ପିଠିକୁ ହାଣି ପକାଇଛି । ଯିଏ ରୋକିବାକୁ ଆସିଲା ତାକୁ ବି ଲୋହୁଲୁହାଣ କଲା । ଏମିତି ସମ୍ପତି କଳିର ଉଗ୍ରରୂପ କଟକ ଜିଲ୍ଲା ସାଲେପୁର ଥାନା ରାଘବପୁର ଗାଁରେ ଘଟିଥିବା ବେଳେ ଚାଂଚଲ୍ୟକର ଖବର ସାରା ଗାଁରେ ଭୟ ସୃଷ୍ଟି କରିଛି । ରିପୋର୍ଟ ଅନୁଯାୟୀ ରାଘବପୁର ଗାଁର ବସନ୍ତ ଦାସଙ୍କ ପୁଅ ବାସୁଦେବ ଦାସ ଜମିବାଡ଼ି ଭାଗବଂଟାକୁ ନେଇ ନିର୍ମଳ ପ୍ରତାପ, ସୁବାସ ପ୍ରତାପ ଓ ବର୍ଷା ପ୍ରତାପଙ୍କୁ କଟୁରୀ ସାହାର୍ଯ୍ୟରେ ମରଣାନ୍ତକ ଆକ୍ରମଣ କରିଛି ।

ଯାହାକୁ ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ବାପ ବସନ୍ତ ଦାସ ଓ ପୁଅ ବାସୁଦେବ ଦାସକୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରି ଛାଡ଼ି ଦେଇଛି । ମାତ୍ର ପୋଲିସ ଅଭିଯୁକ୍ତଙ୍କୁ ଛାଡ଼ିଦେବା ପରେ ପୁଣି ଗାଁରେ ବାପ ପୁଅ ତାଣ୍ଡବ ରଚିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଛି । ଯାହା ଫଳରେ ଆକ୍ରମଣର ଶୀକାର ହୋଇଥିବା ନିର୍ମଳ ପ୍ରତାପ ପରିବାର ସାଲେପୁର ଥାନରେ ନ୍ୟାୟ ପାଇଁ ପୂର୍ଣ୍ଣରବାର ପୋଲିସର ଆଶ୍ରୟ ନେଇଛନ୍ତି ।ପୋଲିସ ନିସ୍କ୍ରିୟତା ଓ କୋହଳ ମନଭାବ ଫଳରେ ଅଭିଯୁକ୍ତ ବାରମ୍ବାର ହତ୍ୟା ଧମକ ଦେଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ସାଲେପୁରରୁ ମନୋଜ କୁମାର ସାହୁଙ୍କ ରିପୋର୍ଟ ….

Share this…
Share on Facebook

Facebook