ଟ୍ରକ ପଛରେ ପିଟିଲା ମଦ ବୋଝେଇ ପିକ ଅପ ଭ୍ୟାନ

ଟ୍ରକ ପଛରେ ପିଟିଲା ମଦ ବୋଝେଇ ପିକ ଅପ ଭ୍ୟାନ। ଘଟଣା ସ୍ଥଳରୁ ଟ୍ରକ ଫେରାର। ପିକଅପ ଭ୍ୟାନର ଡ୍ରାଇଭର ଆହତ ହେଲଫର ଗୁରୁତର। ଘଟଣା ଘଟିଛି କଟକ ଚାନ୍ଦବାଲି ରାସ୍ତାର ସାଲେପୁର କଣ୍ଟାସହି ଧବଳେଶ୍ବର ମନ୍ଦିର ନିକଟରେ। ପିକ ଅପ ଭ୍ୟାନର ଡ୍ରାଇଭର ସନ୍ଦୀପ ମଲ୍ଲିକ ଆହତ ହୋଇଥିବାବେଳେ ହେଲଫର ଚୈତନ୍ୟ ମଲ୍ଲିକ ଗୁରୁତର। ଉଭୟଙ୍କୁ ସାଲେପୁର ମେଡିକାଲରେ ଚିକିତ୍ସାପାଇଁ ଭର୍ତ୍ତି। ହେଲଫର ଅବସ୍ଥା ଗୁରୁତରହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ଚିକିତ୍ସାପାଇଁ ପଠାଇଦିଆଯାଇଛି। ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ମଦବୋଝେଇ ପିକଅପ ଭ୍ୟାନକୁ ଜବତକରି ଥାନାକୁ ଆଣି ତଦନ୍ତ ଚଳାଇଛି ।

Share this…
Share on Facebook

Facebook