ଯଶୱନ୍ତ ସିହ୍ନା ବିରୋଧି ମହାମେଂଟର ରାଷ୍ଟ୍ରପତି ପ୍ରାର୍ଥୀ ;ବିଜେପି ର କିଏ ?

ନୂଆଦିଲ୍ଲୀ; ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ମହା ମେଂଟର ଘାଟଚକଟ୍ ପରେ ବାହାରିଲା ନିଷ୍କର୍ସ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମସିର ଉପସଭାପତି ଯଶୱନ୍ତ ସିହ୍ନାକୁ ବିରୋଧି ମେଂଟ ପକ୍ଷରୁ ରାଷ୍ଟପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ମହାମେଂଟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଯଶୱନ୍ତଙ୍କୁ ରାଷ୍ଟପତି ପ୍ରାର୍ଥୀ ଭାବେ ଶୋଷଣା କରିଛନ୍ତି । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଏନସିପି ସୁପ୍ରିମେ ଶରତ ପାୱାର ଓ କମ୍ୟୁନିଷ୍ଟି ନେତା ସୀତାରାମ ୟେଚୂରୀ ସମେତ ବହୁ ବରିଷ୍ଠ ରାଜନୀତିଜ୍ଞ ଉପସ୍ଥିତି ଥିଲେ ।  ୮୪ ବର୍ଷୀୟ ସିହ୍ନା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅର୍ଥ ଓ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ଜଣେ ଅଭିଜ୍ଞ ରାଜନେତା ହୋଇଥିବାରୁ ବିରୋଧୀ ମେଣ୍ଟ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବା ଜଣାପଡ଼ିଛି।

ଶ୍ରୀ ସିହ୍ନା ଜଣେ ଆଇଏଏସ୍‌ ଅଫିସର ଥିଲେ। ସେ ୧୯୮୪ରେ ପ୍ରଶାସନିକ କାର୍ଯ୍ୟ ଛାଡ଼ି ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ଜନତା ଦଳ ସହ ମିଶି ନିଜର ଅଭିଯାନ ଆରମ୍ଭ କରିଥିଲେ। ୧୯୯୦ରୁ ୯୧ ଯାଏ ଚନ୍ଦ୍ର ଶେଖରଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଶ୍ରୀ ସିହ୍ନା ଅର୍ଥମନ୍ତ୍ରୀ ଭାବେ କାମ କରିଥିଲେ। ଏହାପରେ ୧୯୯୮ରୁ ୨୦୦୨ ଜୁଲାଇ ଯାଏ ସେ ବାଜପେୟୀଙ୍କ ସରକାରରେ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ। ୨୦୦୨ରୁ ୨୦୦୪ ଯାଏ ତାଙ୍କୁ ବାଜେପୟୀ ସରକାର ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ।

୧୯୯୬ରେ ସେ ବିଜେପିର ଜାତୀୟ ମୁଖପାତ୍ର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।ସେ ବିଜେପି ସହ ୨୦୧୮ ମସିହାରେ ସଂପର୍କ ଛିନ୍ନ କରି ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ। କିନ୍ତୁ ୨୦୨୧ ମସିହା ମାର୍ଚ୍ଚ ୧୩ରେ ସେ ଟିଏମସିରେ ଯୋଗ ଦେଇଥିଲେ। ଏହାର ୨ ଦିନ ପରେ ସେ ଟିଏମସିର ଉପ ସଭାପତି ଭାବେ ନିଯୁକ୍ତି ପାଇଥିଲେ।

Share this…
Share on Facebook

Facebook