ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ରାଜଘାଟ ବ୍ରିଜ ନିକଟରେ ଥିବା ନାକା ପଏଣ୍ଟ ଠାରୁ ୧୦ ଜଣ ଆନ୍ତ ରାଜ୍ୟ ଲୁଟେରା ଗ୍ଯାଙ୍ଗ କୁ ଗିରଫ କରିବା ସହିତ ୨ ଟି ଦାମୀ କାର ଏବଂ ୧୫ ଲକ୍ଷ ଟଙ୍କା , ୧୦ ଟି ମୋବାଇଲ ଜବତ କରିଛି ଜଳେଶ୍ବର ପୋଲିସ , ସୂଚନା ଅନୁସାରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ଥାନା ଅଞ୍ଚଳ ରୁ ଗତ ୧୮ ତାରିଖ ଦିନ ଜମି କିଣା ବିକା କଥା ହେଉ ଥିବା ସମୟରେ ଲୁଟେରା ମାନେ ଜନୈକ ବିଲ୍ଡର ଙ୍କ ପାଖରୁ ୧୫ ଲକ୍ଷ ଟଙ୍କା ଲୁଟ କରି କାର ସାହାଯ୍ଯରେ ପଶ୍ଚିମବଙ୍ଗ କୁ ଫେରାର ହେଉଥିବା ସମୟ ରେ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଥାନା ରାଜଘାଟ ସ୍ଥିତ ନାକା ପଏଣ୍ଟ ରେ ଜଳେଶ୍ୱର ପୋଲିସ ଗାଡି ଗୁଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ଲୁଟେରା ମାନେ ଚମ୍ପଟ ମାରିବା ପାଂଇ ଉଦ୍ଯମ କରିବା ସହ ପୋଲିସ ଉପରକୁ ଗାଡି ଚଢାଇ ଖସି ଯିବାକୁ ଚେଷ୍ଟା କରିଥିଲେ ,
ମାତ୍ର ପୋଲିସ ସେମାନଙ୍କୁ କୌଣସି କ୍ରମେ କାବୁ କରିବାକୁ ସକ୍ଷମ ହୋଇଥିଲା , ସେଠାରୁ ୧୦ ଜଣ ଆନ୍ତରାଜ୍ଯ ଲୁଟେରା ଙ୍କୁ ଗିରଫ କରିବା ସମେତ ୨ ଟି ଗାଡି କୁ ଜବତ କରିବା ସହ ଟଙ୍କା ଏବଂ ମୋବାଇଲ ଜବଦ କରିଥିଲା ଜଳେଶ୍ୱର ପୋଲିସ,ଗିରଫ ହୋଇ ଥିବା ୧୦ ଜଣ ଅଭିଯୁକ୍ତ ଙ୍କୁ ଗତ କାଲି କୋର୍ଟ ଚାଲାଣ କରା ଯାଇଛି, ଏ ସମ୍ପର୍କ ରେ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରେ ସୂଚନା ଦେଇଛନ୍ତି ଜଳେଶ୍ୱର ଏସ ଡି ପିଓ ଅଙ୍କିତା କୁମ୍ଭାର । mpx tv odia