ଦନ୍ତା ଆକ୍ରମଣ ରେ 2ଟି ମଇଁଷି ରକ୍ତାତ

ଢେଙ୍କାନାଳ;  ଆତଙ୍କ ରଚୁଛି ଗଜରାଜ । କେତେ ବେଳେ ଜୀବନ ହାରୁଛି ତ ପୁଣି କେତେବେଳେ ଧନ ଜୀବନ ନଷ୍ଟ କରୁଛି । ଢେଙ୍କାନାଳ ଯୋରନ୍ଦା ଆତିଣ୍ଡା ଗାଁରେ ଦନ୍ତାହାତୀ ଭୟରେ ସନ୍ଧ୍ୟା ହେଲେ ଘର ତାଟି କବାଟ ପଡ଼ୁଛି । କିଛି ମାସ ହେବ ଅଂଚଳରେ ବହୁ ଧନ ଜୀବନ ନଷ୍ଟ କରୁଥିବା ବେଳେ ଗତକାଲି ରାତିରେ ଦନ୍ତା ଆକ୍ରମଣ କରି ୩ଟି ମଇଁଷିକୁ ରକ୍ତାତ କରିଛି । ତେବେ ହାତୀ ଅକ୍ରମଣରେ ମଇଁଷିର ପେଟରୁ ଅନ୍ତ ବାହାରି ପଡ଼ିଥିଲା । ମାତ୍ର ଚିକିତ୍ସା ପାଇଁ ଯୋରନ୍ଦା ପଂଚାୟତର ଭିଏସି ଜଣାଇଥିଲେ ମଧ୍ୟ ସାର କିଛି କରିବା ପରିବର୍ତେ ଅଜବ ଗଜବ ପ୍ରଶ୍ନ କରିଥିଲେ ।

ମଇଁଷ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଶେଷରେ କମ୍ପାଉଣ୍ଡର କୁ ଡ଼ାକି ମଇଁଷିକୁ ଅପରେସନ କରାଯାଇଥିଲା । ମାତ୍ର ବଡ଼ ଦୁଃଖର ବିଷୟ ଅଂଚଳରେ ବାରମ୍ବାର ହାତୀ ଆକ୍ରମଣରେ ସାଧାରଣ ଲୋକଙ୍କ ଧନ ଜୀବନ ହାନୀ ହେଉଥିବା ବେଳେ ବନ କର୍ମଚାରୀ ଅଚିନ୍ତା ନିଦ୍ରାରେ ଶୋଉଛି । ଅଭିଯୋଗ କି ଗୁହାରୀ କଲେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କ ଦେଖା ମିଳୁନି । ମାତ୍ର ଏଠି କ୍ଷତିପୂରଣ କଥା ଛାଡ଼ନ୍ତୁ । ବିନ ବିଭାଗର ଏପରି ଖାମଖିଆଲି ନୀତି ପାଇଁ ବାରମ୍ବାର ହାତୀ ଆକ୍ରମଣର ଶୀକାର ହେଉଛନ୍ତି ଅଚଳବାସୀ । ଯଦି ବନ ବିଭାଗ ଯୁଦ୍ଧକାଳୀନ ଭିତିରେ କ୍ଷତିପୂରଣ ପ୍ରଦାନ ନକରନ୍ତି ତେବେ ଗ୍ରାମବାସୀ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

Share this…
Share on Facebook

Facebook