ଭାରସାମ୍ୟ ହରାଇ ରାସ୍ତା କଡ଼ରେ ସେଫ୍ଟି ବାଡ଼କୁ ଧକ୍କା ଦେଲା କାର; ଜଣେ ମୃତ ୩ ଆହତ

ବାଲେଶ୍ଵର ଜିଲ୍ଲା ୬୦ ନଂ ଜାତୀୟ ରାଜପଥର ଗାନ୍ଧିଛକ ଠାରେ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜଣେ ମୃତ ୩ ଆହତ,ଆଜି ସକାଳ ସମୟରେ କଲିକତାରୁ ଭୂବନେଶ୍ବର ଅଭିମୁଖେ ଯାଉଥିବା WB 16BH5303 କାର ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ସେଫ୍ଟି ବାଡ଼କୁ ଧକ୍କା ଦେଇଥିଲା, ଗାଡିର ଗତି ତିବ୍ର ଥିବାରୁ ସେଫ୍ଟି ଏନଗେଲ ଭାଙ୍ଗି କାର ଭିତରେ ପଶିଯାଇଥିଲା,

ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି, ଗୁରୁତର ଙ୍କୁ ବାଲେଶ୍ଵର ମେଡିକାଲ ସ୍ଥାନାନ୍ତର କରାଯାଇଛି,କାରରେ ଛଅ ଜଣ ବ୍ୟକ୍ତି ଥିଲେ, ଖବର ପାଇ ବସ୍ତା ପୋଲିସ ଏବଂ ରାଜପଥ କତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Share this…
Share on Facebook

Facebook