ଆସାମରେ ବନ୍ୟା ବିଭୀଷିକା, ଜଳମଗ୍ନ 4 ହଜାରରୁ ଉର୍ଦ୍ଧ୍ୱ ଗାଁ

ପୁଣିଥରେ ଆସାମରେ ବନ୍ୟା ସ୍ଥିତି ଉପୁଜିଛି । ପ୍ରବଳ ବର୍ଷା କାରଣରୁ ଆସାମର ଗୌହାଟୀ ସହ ବିଭିନ୍ନ ସ୍ଥାନରେ ଲୋକମାନେ ଜଳବନ୍ଦୀ ହୋଇଛନ୍ତି । ଖାଲି ସେତିକି ନୁହେଁ ଆସାମର କିଛି ଅଞ୍ଚଳରେ ଭୂସ୍ଖଳନ ମଧ୍ୟ ହୋଇଛି । ବୋରାଗାରରେ ଭୂସ୍ଖଳନ ହେବା କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା କାରଣରୁ ୭ଟି ଜିଲ୍ଳାର ପ୍ରାୟ ୮ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

ଆସାମର ଢେମାଜି, ଦିବ୍ରୁଗଡ, ନାଲବରି ଓ ଦକ୍ଷିଣ ସାଲମା ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି ।ଲଗାତର ବର୍ଷା କାରଣରୁ ରାସ୍ତା ଉପରେ ପାଣି ଚାଲୁଛି । ଗାଡ଼ି ମଟର ଗୁଡ଼ିକ ମଧ୍ୟ ଭାସୁଥିବା ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ରାସ୍ତା ଉପରେ ୩ ଫୁଟ୍ ଉଚ୍ଚର ପାଣି ମଧ୍ୟ ପ୍ରବାହିତ ହେଉଛି । ଯାହାଫଳରେ ଲୋକମାନେ ନାହିଁନଥିବାର ହଇରାଣ ହେଉଛନ୍ତି ।

ଗତ ୬ ସପ୍ତାହରେ ଆସାମରେ ଦ୍ୱିତୀୟ ଥର ପାଇଁ ବନ୍ୟା ପରିସ୍ଥିତି ଉପୁଜିଛି ।ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ ଲୋକମାନଙ୍କୁ ସୁରକ୍ଷୀତ ସ୍ଥାନ ସ୍ଥାନାନ୍ତରଣ କରାଯାଉଛି ।

ସେହିପରି ବନ୍ୟାଜଳ ୪,୨୯୧ ଗାଁରେ ପସିବାସହ ବନ୍ୟାପାଣିରେ ୭୦ ହଜାର ହେକ୍ଟର ଫସଲ ଜଳମଗ୍ନ ହୋଇଥିବାର ଜଣାପଡ଼ିଛି ।

Share this…
Share on Facebook

Facebook