ବିଲରେ କାମ କରୁଥିଲା, ମାରିଦେଲା ବିଜୁଳି ।

ବସ୍ତା ; ବିଲରେ କାମ କରୁଥିଲା, ମାରିଦେଲା ବିଜୁଳି । ବଜ୍ରାଘାତରେ ଯୁବକ ଜଣଙ୍କ ବିଲଲେ ଅଚେତ ଅବସ୍ଥାରେ ପଡ଼ି ରହିଥିଲା । କିଛି ଘଂଟା ପାଇଁ ବର୍ଷ ପବନ ଘଡ଼ଘଡ଼ିରେ କମ୍ବିଲା ଅଂଚଳ । ପୁଅ ଘରକୁ ଆସିନି ବୋଲି ଖୋଜାଖୋଜି ଆରମ୍ଭ ହେଲା । ପରିବାର ଲୋକ ଖୋଜିବା ସମୟରେ ପୁଅ ବିଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ ଯୁଦ୍ଧକାଳୀନ ଭିତିରେ ପରିବାର ଲୋକ ବସ୍ତା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲେଶ୍ୱର ବସ୍ତା ବ୍ଳକ୍ ପଳାସିଆ ଗାଁରେ ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ଦୁଃଖଦ ଖବର ସ୍ଥାନୀୟ ଅଂଚଳରେ ଶୋକର ବାତାବରଣ ସୃଷ୍ଟି କରିଛି । ରିପୋର୍ଟ ଅନୁଯାୟୀ ଗାଁ ସାଗର ସୋରେନ ଜମିରେ କାମ କାମ କରିବାକୁ ଯାଇଥିଲେ । କାମ କରୁଥିବା ସମୟରେ ହଠାତ ବର୍ଷା ପବନ ଘଡ଼ଘଡ଼ି ମାରିଥିଲା । ବିଲରେ କାମ କରୁଥିବା ସମୟରେ ସାଗରଙ୍କୁ ବଜ୍ରାଘାତ ହୋଇ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୋରରୁ ଶରତ ନାୟକଙ୍କ ରିପୋର୍ଟ

Share this…
Share on Facebook

Facebook