ଗୋରୁ ଚୋରା ଚାଲାଣ କରୁଥିବା ଟ୍ରକ ଜବତ, ଡ଼୍ରାଇଭର ଅଟକ ।

ବାଲେଶ୍ୱର; ଗୋରୁ ଚୋରା ଚାଲାଣ କରୁଥିବା ଟ୍ରକ ଜବତ, ଡ଼୍ରାଇଭର ଅଟକ । ଟ୍ରକରେ ୮୦ରୁ ଉର୍ଦ୍ଧ ଗୋରୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କଲା ଜଳେଶ୍ୱର ପୋଲିସ ।ରିପୋର୍ଟ ଅନୁଯାୟୀ ଓଡ଼ିଶାରୁ ପଶ୍ଚିମବଙ୍ଗ କୁ ୧୦ ଚକିଆ ଟ୍ରକରେ ଗୋରୁ ଚାଲାଣ ହେଉଥିବା ବେଳେ ସୁବର୍ଣ୍ଣରେଖା ନଦୀ ଘାଟ ପୋଲ ନିକଟରେ ଗାଡ଼ିଟି ଖରାପ ହୋଇଥିଲା ।

ଖବର ପାଇଁ ନାକ ପୋଏଂଟ ପୋଲିସ ଘଟଣାସ୍ଥଳରେ ପହଂଚି ଡ଼୍ରାଇଭରକୁ ଅଟକ ରଖି ଜଳେଶ୍ୱର ଥାନାଙ୍କୁ ଖବର ଦେଇଥିଲା । ତେବେ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତ ଗୋରୁକୁ ଉଦ୍ଧାର କରିବା ସହ ଟ୍ରକକୁ ଜବତ କରି ଡ଼୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ତେବେ ଓଡ଼ିଶାରୁ ଦିବାଲୋକରେ ଶହ ଶହ ଟ୍ରିପ ଗୋ-ଚାଲାଣ ହେଉଥିବା ବେଳେ ପୋଲିସର ନଜରକୁ ଆସୁନି । ମାତ୍ର ଗୋଚାଲାଣ କରୁଥିବା ଟ୍ରକଟି ଖରାପ ହେବାରୁ ପୋଲିସ ଗାଡ଼ିକୁ ଜବତ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବାଲେଶ୍ୱରରୁ ଶରତ ନାୟକ ରିପୋର୍ଟ

Share this…
Share on Facebook

Facebook