ଡ୍ରାଇଭର ମହାସଂଘର ଉପବାଚସ୍ପତିଙ୍କୁ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ

ଅନୁଗୋଳ : ବନ୍ତଳା PWDଡାକ ବଙ୍ଗଳାଠାରେ ଉପବାଚସ୍ପତିଙ୍କୁ ୧୦ଦଫା ଦାବିପତ୍ର ପ୍ରଦାନକଲେ ଅନୁଗୋଳ ବ୍ଲକ ତଥା ସଦର ଡ୍ରାଇଭର ମହାସଂଘର ସଦସ୍ୟ । ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ଦାବି ପୂରଣ କରି ନଥିବାରୁ ଆଜି ସ୍ଥାନୀୟ ଅନୁଗୋଳ ବିଧାୟକ ତଥା ଓଡିଶା ବିଧାନସଭାର ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କୁ ବନ୍ତଳା ଡାକ ବଙ୍ଗଳା ଠାରେ ଓଡିଶା ଡ୍ରାଇଭର ମହାସଂଘ ଅନୁଗୋଳ ବ୍ଲକ ତଥା ସଦର ପକ୍ଷରୁ ୧୦ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଘ ଦାବି ଉଠାଇଛି ଯେ , ଜନ ସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଉ ।ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ପାଇଁ ପ୍ରତ୍ୟେକ ୧୦୦ କିଲୋମିଟର ବ୍ୟବଧାନରେ ପାର୍କିଂ ସଂଲଗ୍ନ ବିଶ୍ରାମାଳୟ ନିର୍ମାଣ କରାଯାଉ ।

ସେହିପରି ୫୫ ବର୍ଷ ପରେ ପେନସନ ବ୍ୟବସ୍ଥା କରାଯାଉ । ଡ୍ରାଇଭର ଆବାସ ଯୋଜନା ପ୍ରଣୟନ କରି ଗୃହ ନିର୍ମାଣ କରି ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପ୍ରମୁଖ ୧୦ ଦଫା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରଯାଇଥିଲା କିନ୍ତୁ ଏଥିପ୍ରତି କୌଣସି ଉତ୍ତର ନ ମିଳିବାରୁ ଆଜି ବାଧ୍ୟ ହୋଇ ଓଡିଶା ଡ୍ରାଇଭର ମହାସଂଘ ଅନୁଗୋଳ ଶାଖା ପକ୍ଷରୁ ବନ୍ତଳା PWD ଡାକ ବଙ୍ଗଳା ଠାରେ ଅନୁଗୋଳ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କୁ ଭେଟି ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

କାର୍ଯ୍ୟକ୍ରମରେ ଓଡିଶା ଡ୍ରାଇଭର ମହାସଂଘ ଅନୁଗୋଳ ବ୍ଲକ ସଭାପତି ରବିନ୍ଦ୍ର କୁମାର ସାହୁ, ଉପସଭାପତି ରୋହିତ ବେହେରାଙ୍କ ତତ୍ବାବଧାନରେ ଅନୁଗୋଳ ବ୍ଲକ ତଥା ସଦର ଡ୍ରାଇଭର ମହାସଂଘ ପକ୍ଷରୁ ୧୦୦୦ରୁ ଉର୍ଦ୍ଧ୍ବ ଡ୍ରାଇଭର ସଦସ୍ୟ ଯୋଗଦେଇଥିଲେ । mpx news odia

Share this…
Share on Facebook

Facebook