ପୋଖରୀରେ ବୁଡ଼ି ଜଣେ ନବାଳିକା ମୃତ; ୨ଜଣ ଗୁରୁତର

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ରେମୁ ଗାଁରେ ଦୁଃଖଦ । ପୋଖରୀରେ ବୁଡ଼ି ଜଣେ ନବାଳିକା ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ବାଲିଆପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରିଥିଲେ ।

ସେଠାରେ ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି . ଏହି ୩ ଜଣ ନାବାଳିକା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ରେମୁ ଗାଁକୁ ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ବିବାହ କାର୍ଯ୍ୟରେ ସମସ୍ତେ ବ୍ୟସ୍ଥ ଥିବା ବେଳେ ୩ନାବାଳିକା ଘର ପାଖ ପୋଖରୀକୁ ଗାଧେଇବାକୁ ଯାଇଥିଲେ ।

ଗାଧେଇବା ସମୟରେ ଅସାବଧାନତାରୁ ୩ ଜଣ ପୋଖରୀରେ ବୁଡ଼ି ଯାଇଥିଲେ । ଘର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇଁ ନଥିଲେ । ଶେଷରେ ପୋଖରୀରେ ଭାଷୁଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଲିଆପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୨ ଜଣଙ୍କୁ ପ୍ରଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ ।

Share this…
Share on Facebook

Facebook