ସୋମାଲିନାଙ୍କ ଏତଲା ଅଧାରରେ ହେବ ବୟାନ ରେକର୍ଡ଼; ପ୍ରେମିକା ବୟାନ ଭିତିହୀନ ;ବିଧାୟକ

 

ଜଗତସିଂହପୁର; ପୁଣି ଅଡ଼ୁଆରେ ଛନ୍ଦିହେଲେ ବିଧାୟକ ବିଜୟଶଙ୍କର । ପ୍ରେମିକା ସୋମାଲିନାଙ୍କ ଏତେଲା ଆଧାରରେ ଆଜି ହେବ ବୟାନ ରେକର୍ଡ଼ । ବିଧାୟକଙ୍କ ବିରୋଧରେ ପ୍ରେମିକା ଆଣିଥିବା ସେକ୍ସ ରାକେର୍ଟ ଅଭିଯୋଗ ଓ ବିବାହ ପ୍ରତାରଣା ଭଳି ସଙ୍ଗିନ ଅଣିଥିଲେ । ବିବାହ ପ୍ରତାରଣ ଅଭିଯୋଗ ପରେ ବିଧାୟକଙ୍କ ବିରୋଧରେ ସେକ୍ସ ରାକେର୍ଟ ଅଭିଯୋଗ ଜିଲ୍ଲା ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ସୋମାଲିନାଙ୍କ ଅଭିଯୋଗ ପରେ ପୋଲିସ ର ତଦନ୍ତ ର ଗତି ଜୋରଦାର କରିଛି । ତେଣୁ ଆଜି ବିଧାୟକଙ୍କ ପ୍ରେମିକା ସେମାଲିନାଙ୍କ ବୟାନ ରେକର୍ଡ଼ ହୋଇପାରେ । ଏହାକୁ ଜଣେ ବରିଷ୍ଠ ପୋଲିସ ଅଫିସର ବୟାନ ରେକର୍ଡ଼ କରିବେ । ଭିତିହୀନ ବୋଲି ବିଧାୟକ କହିଛନ୍ତି ।
ବିଜୟ ଶଙ୍କରଙ୍କ ସହ ୬ ଜଣଙ୍କ ନାଁ ସୋମାଲିକା ଏତଲାରେ ଉଲ୍ଲେଖ କରିଛନ୍ତି । ଯେଉଁଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ନାଁ ଉଲ୍ଲେଖ କରିଛନ୍ତି । ଏତଲାରେ ସେ ବିଧାୟକଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛନ୍ତି । ସୋମାଲିକା ଦର୍ଶାଇଛନ୍ତି ଯେ ନିରୀହ ଝିଅଙ୍କୁ ସେକ୍ସ କାରବାରରେ ନିୟୋଜିତ କରି ସେଥିରେ ସଂଗୃହୀତ ଅର୍ଥ ବିଧାୟକ ନିର୍ବାଚନରେ ଖର୍ଚ୍ଚ କରୁଛନ୍ତି ।
ଅନ୍ୟପଟେ ଆଇନଜୀବୀଙ୍କୁ ଗାଳିଗୁଲଜ, ଧମକ ନେଇ ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି । କିନ୍ତୁ ବିଜୟଶଙ୍କର ଏଭଳି ଅଭିଯୋଗ ସଂପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି । ସେ ସମସ୍ତ ଅଭିଯୋଗକୁ ଭିତିହୀନ ବୋଲି କହିଛନ୍ତି । ସୋମାଲିକା ଓ ବିଜୟ ଶଙ୍କର ମେ ମାସ ୧୭ ତାରିଖରେ ବିବାହ କରିବା ପାଇଁ ସବ୍ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ । କିନ୍ତୁ ବିଧାୟକ ଆସିନଥିଲେ । ପରେ ସୋମାଲିକା ଗଣମାଧ୍ୟମକୁ କହିଥିଲେ ଯେ ବିଜୟ ଶଙ୍କର ତାଙ୍କୁ ବିବାହ କରିବାକୁ ଆସିବାର ପ୍ରତିଶ୍ରୁତି ଦେଇ ଆସି ନ ଥିଲେ । ଯାହା ଫଳରେ ସୋମାଲିନା ପୁଣି ଥରେ ଆଇନ ର ଆଶ୍ରୟ ନେଇ ବିଧାୟକଙ୍କୁ ଅଡ଼ୁଆ ଭିତରେ ଛନ୍ଦିଛନ୍ତି ।

Share this…
Share on Facebook

Facebook