ପିପିଲି ପୋଲିସ କୁ ସଫଳତା;୫ଜଣ ଆନ୍ତଃ ଜିଲ୍ଲା ନିଶା ବେପାରୀ ଗିରଫ; ୧କୋଟି ବ୍ରଉନ ସୁଗାର , ୨ ବାଇକ ଜବତ

 

ପିପିଲି.ପୁଣି ପିପିଲି ପୋଲିସକୁ ମିଳିଛି ଆଉ ଏକ ସଫଳତା । ପିପିଲି ପୋଲିସ ଆଜି ଭୋରୁ ଉତରା ଛକ ରାମ ମନ୍ଦିର ନିକଟରେ ଚଢାଉ କରି ୫ଜଣ ଆନ୍ତଃ ଜିଲ୍ଲା ନିଶା ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୯୭୮ଗ୍ରାମ ବ୍ରାଉନ ସୁଗାର ସହ ୨ଟି ବାଇକ ଓ ୩ହଜାର ୫ଶହ ଟଙ୍କା ଜବତ କରିଛି ପୋଲିସ । ଜବତ ବ୍ରାଉନ ସୁଗାରର ମୁଲ୍ୟ ୧କୋଟି ଟଙ୍କା ହେବ ବୋଲି ପୋଲିସ କହିଥିବା ବେଳେ ଏନେଇ ଆଜି ପିପିଲି ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ କରି ପିପିଲି ଏସଡିପିଓ ଦେବଦତ ବରାଳ ସୁଚନା ଦେଇଛନ୍ତି ।
ପୋଲିସ ସୂଚନା ଅନୁଯାଇ ପିପିଲି ଉତରା ଛକ ରାମ ମନ୍ଦିର ନିକଟରେ ନିଶା କାରବାର ହେଉଥିବାର କୈାଣସି ସୁତ୍ରରୁ ଖବର ପାଇ ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକ ଓ କୈାଶଲ୍ୟା ଗାଙ୍ଗ ଫାଣ୍ଡି ଅଧିକାରୀ ଏକ ପୋଲିସ ଟିମ ଗଠନ କରି ଆଜି ଭୋରୁ ସେଠାରେ ଚଢାଉ କରିଥିଲେ । ଚଢାଉ ବେଳେ ଏକ ନାବାଳକ ସହ ୪ଜଣ ନିଶା ବେପାରୀଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ସୋମାନଙ୍କ ଠାରୁ ୯୭୮ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା । ଏଥିସହ ଏ କାରବାରରେ ବ୍ୟବହୃତ ୨ ଟି ବାଇକ ଓ ୩ହଜାର ୫ଶହ ଟଙ୍କା ଜବତ କରାଯାଇଥିବା ପିପିଲି ଏସଡିପିଓ ଶ୍ରୀ ଯୁକ୍ତ ବରାଳ କହିଛନ୍ତି ।

ଗିରଫ ଯୁବକ ମାନେ ହେଲେ ପିପିଲି ପୈାରାଚଳ ନରସିଂହପୁର ଗ୍ରାମର ମୁରାସିଦ ଖାଁ , ଇମ୍ରାନ ସା ,ଜୀବିଦ ସା  ଓ ବାଲେଶ୍ୱର ଜିଲ୍ଲା ସୁନାହାଟ ଗ୍ରାମର ସେକ ସାଜିଦ୍ ଅଲ୍ଲି  ଏବଂ ଏକ ନାବାଳକ କୁ ଗିରଫ କରି ପିପିଲି ଥାନାରେ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି । MPX NEWS ODISHA

Share this…
Share on Facebook

Facebook