ଧାମରା ବନ୍ଦର କମ୍ପାନୀର ମନମୁଖି କାର୍ଯ୍ୟ; ୧୫ ଦଫା ଦାବିନେଇ କମ୍ପାନୀ ଗେଟ ଆଗରେ କଂଗ୍ରେସର ବିଶାଳ ଜନ ସମାବେଶ ।

ଭଦ୍ରକ-ଧାମରା ଆଦାନି କମ୍ପାନୀର ଦିନକୁ ଦିନ ବଢ଼ି ଚାଲିଛି ତାଲିବାନି ଶାସନ ଏହାର ପ୍ରତିବାଦ କରି ଆଜି ଜାତୀୟ କଂଗ୍ରେସ ପକ୍ଷରୁ କମ୍ପାନୀ ଗେଟ ଆଗରେ ଜନ ସମାବେଶ ଦେଖିବାକୁ ମିଳିଛି। ଦିନକୁ ଦିନ କମ୍ପାନୀ ତାର ମନମୁଖି ଶାସନ ଚଳାଇ ଭଦ୍ରକ ବାସୀଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛି।

ଭଦ୍ରକ ବାସୀ ସ୍ୱପ୍ନ ଦେଖିଥିଲେ ଧାମରାକୁ ଆଦାନି କମ୍ପାନୀ ଆସିଛି ଆମକୁ ନିଯୁକ୍ତି ମିଳିବ ଆମକୁ ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡିବନି ହେଲେ ଭଦ୍ରକ ବାସୀଙ୍କ ଆଶା ଆଶାରେ ରହିଗଲା ।କମ୍ପାନୀ ଅଞ୍ଚଳ ବାସୀଙ୍କୁ ନିଯୁକ୍ତି ଦେବା ଦୂରର କଥା ସେମାନଙ୍କୁ ବାହାର କରି ଅଣ ଓଡ଼ିଆ ମାନଙ୍କୁ ନିଯୁକ୍ତି ଦେଉଥିବା ଦେଖିବାକୁ ମିଳୁଛି।ଭଦ୍ରକ ବାସୀଙ୍କୁ ପ୍ରତିସୃତି ଦେଇ କମ୍ପାନୀ ଠକି ଦେଇଥିବା ଦେଖିବାକୁ ମିଳିଛି।

ବାହାର ରାଜ୍ୟରୁ ଅଣ ଓଡ଼ିଆ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେଇ ଓଡ଼ିଆ ଶ୍ରମିକ ମାନଙ୍କୁ ବାହାର କରିଦେଉଥିବା ଦେଖିବାକୁ ମିଳୁଛି। ଆଜି ଏହାର ପ୍ରତିବାଦ କରି ୧୫ଦଫା ଦାବିନେଇ କଂଗ୍ରେସ କମ୍ପାନୀ ଗେଟ ଆଗରେ ଏକ ବିଶାଳ ସମାବେଶ କରି ଏହାର ପ୍ରତିବାଦ କରିଛି।ଏହି ସମାବେଶର ଜଟଣୀ ବିଧାୟକ ସୁର ରାଉତରାୟ ଯୋଗ ଦେଇ ଆନ୍ଦୋଳନ କାରିଙ୍କୁ ଉତ୍ସ।ହିତ କରିଥିଲେ ।Report-debakantamohanty,

Share this…
Share on Facebook

Facebook