ଉନ୍ମୋଚିତ ହେଲା ରେଡ଼ମି ୧୦ ସିରିଜ- ଦେଶର ସ୍ମାର୍ଟଫୋନ୍

ରେଡ଼ମି ୯ ସିରିଜର ଅଦ୍ଭୂତପୂର୍ବ ସଫଳତା ପରେ ସାଓମି ଇଣ୍ଡିଆ ତରଫରୁ ରେଡ଼ମି ୧୦ ସିରିଜର ଉନ୍ମୋଚନ କାର୍ଯ୍ୟକ୍ରମ ସାରା ଦେଶରେ ଆରମ୍ଭ ହୋଇ ଯାଇଛି । ଦେଶର ସ୍ମାର୍ଟଫୋନ୍ ରେଡ଼ମି ୧୦ର ଏହି ସିରିଜରେ ଗ୍ରାହକଙ୍କୁ ମାତ୍ର ୮୯୯୯ ଟଙ୍କାରେ ମିଳିବ ବଡ଼ ଡିସ୍ପ୍ଲେ ସହିତ ଅଧିକ ଷ୍ଟୋରେଜ ଯୁକ୍ତ ମୋବାଇଲ । ଏହି ଉନ୍ମୋଚନ କାର୍ଯ୍ୟକ୍ରମ କଟକ ଜିଲ୍ଲା ନିଆଳି ସ୍ଥିତ ମି ଷ୍ଟୋର୍ ମୋବାଇଲ କାଫେରେ ଗତ ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଓଲିଉଡ ଅଭିନେତ୍ରୀ ସୁଧାଶ୍ରୀ ମଧୁସ୍ମିତା ଓ ବରିଷ୍ଠ ଡ଼ାକ୍ତର ଅଧିରାଜ କୁମାର ପରିଡ଼ା ଏବଂ ସାଓମି ତରଫରୁ ରାଜ୍ୟ ପ୍ରୋଗାମ୍ ମ୍ୟାନେଜର ସୁଶ୍ରୀ ନାୟକ , ସିଟି ସେଲସ୍ ମ୍ୟାନେଜର ଦେବଦତ୍ତ ପୁରୀ ଯୋଗ ଦେଇ ନୂତନ ସିରିଜର ଉନ୍ମୋଚନ କରିଥିଲେ । ଅନେକ ଗ୍ରାହକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ରେଡ଼ମି ୧୦ ସିରିଜର ନୂତନ ଫିଚର ବିଷୟରେ ଅବଗତ ହୋଇ ଖୁସି ବ୍ୟକ୍ତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ , ରେଡ଼ମି ୯-Aର ପାଖାପାଖି ୧ କୋଟି ମୋବାଇଲ ବିକ୍ରି ହେବା ପରେ ସାଓମି ଇଣ୍ଡିଆ ତରଫରୁ ଭରପୂର ଫିଚର ସହିତ ଭାରତୀୟ ମାର୍କେଟରେ ୧୦ ସିରିଜର ଶୁଭାରମ୍ଭ କରିଥିଲା । ଭାରତର ପ୍ରମୁଖ କୁସ୍ତି ଖେଳାଳି ତଥା wwe ସୁପରଷ୍ଟାର ଗ୍ରେଟ ଖଲି ରେଡ଼ମି ୧୦ ସିରିଜର ଫିଚରକୁ ନେଇ ଖୁସି ବ୍ୟକ୍ତ କରିବା ସହିତ କମ୍ପାନୀର ବିଜ୍ଞାପନ କ୍ୟାମ୍ପେନିଂରେ ନିଜକୁ ସାମିଲ କରିଛନ୍ତି ।

Share this…
Share on Facebook

Facebook