ଧାରୁଆ ଅସ୍ତ୍ରରେ ମୁଣ୍ଡ ଠାରୁ ଦେହ ହାଣି ହତ୍ୟା

ସିମୁଳିଆ ; ବେକ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ହାତ ଭାଙ୍ଗି ଯାଇଥିବା ବେଳେ ସାରା ଦେହ କ୍ଷତ ଚିହ୍ନ । ସ୍ଥାନୀୟ ଲୋକ ପୂର୍ବ ଶତ୍ରୁତାରୁ ଏପରି ହତ୍ୟାକାଣ୍ଡ କହୁଥିବା ବେଳେ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜୋରଦାର କରିଛି । ଏପରି ହତ୍ୟାକାଣ୍ଡ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ରିଆ ଅଂଚଳରେ ହୋଇଥିବା ବେଳେ ଏବେ ଗାଁରେ ଭୟର ବାତାବରଣ ଲାଗି ରହିଛି । ରିପୋର୍ଟ ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ରିଆ ଗାଁର ଉପେନ୍ଦ୍ର ନାୟକଙ୍କ ପୁଅ ପ୍ରଦୀପ ନାୟକଙ୍କୁ ଦୁର୍ବତ ମାନେ ହତ୍ୟା କରି ଫେରାର ହୋଇ ଯାଇଥିଲେ ।

ସ୍ଥାନୀୟ ଲୋକ ମୃତ ଦେହକୁ ଉଦ୍ଧାର କରି ସିମୁଳିଆ ମେଡ଼ିକାଲରେ ଭର୍ତି କରିଛନ୍ତି । ମୃତ ପ୍ରଦୀପଙ୍କୁ ଦୁର୍ବତମାନେ ଧାରୁଆ ଅସ୍ତ୍ରରେ ମୁଣ୍ଡ ଠାରୁ ଦେହ ହାଣି ହତ୍ୟା କରିଛନ୍ତି । ଅନ୍ୟପଟେ ପ୍ରଭାସ କୁମାର ଜେନା ନାମକ ଯୁବକ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ ହୋଇଛନ୍ତି । ବାଲେଶ୍ୱରରୁ ଶରତ ନାୟକଙ୍କ ରିପୋର୍ଟ .

Share this…
Share on Facebook

Facebook