ଖବର ଆଜିର….ତାରିଖ ୧୮-୦୬-୨୦୨୨/ଶନିବାର

୧-ରାଜକୋଟ ଟି-୨୦ ଜିତିଲା ଭାରତ, ଦ.ଆଫ୍ରିକାକୁ ୮୨ ରନରେ ହରାଇଲା, ୧୯ରେ ନିର୍ଣ୍ଣାୟକ ମୁକାବିଲା

୨-ଇଂଲଣ୍ଡ ଏବଂ ନେଦରଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଆଜି ଏମ୍ସଟେଲିଭିନରେ ଖେଳାଯାଉଛି।

୩–ଅଗ୍ନିପଥ ଯୋଜନା: ଭର୍ତ୍ତି ପାଇଁ ଦୁଇ ଦିନ ପରେ ବିଜ୍ଞପ୍ତି ଜାରି କରିବ ସ୍ଥଳସେନା, ଜୁନ ୨୪ରୁ ବାୟୁସେନା ଆରମ୍ଭ କରିବ ପ୍ରକ୍ରିୟା

୪-ଅଗ୍ନିପଥ ଯୋଜନାରେ ନିଯୁକ୍ତି ବୟସ ସୀମାକୁ ୨୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୨୨ ବର୍ଷ ପାଇଁ ବୟସସୀମା ସମ୍ପ୍ରସାରଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

୫-ଅଗ୍ନିପଥକୁ ନେଇ ଜୋରଦାର ବିରୋଧ । ଉମରକୋଟରେ ଅଭିନବ ପ୍ରତିବାଦ, ୬୦ କିଲୋମିଟର ଦୌଡିଲେ ଚାକିରି ଆଶାୟୀ ଯୁବକ ।

୬-ଚିଲିକା ମଝିରୁ ଉଦ୍ଧାର ହେଲେ ଯାତ୍ରୀ: ଅଟକି ଥିବା ଡ଼ଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର କଲା ଆଉ ଏକ ଡ଼ଙ୍ଗା ।

୭-ସମ୍ଭାବ୍ୟ ବିପର୍ଯ୍ୟୟ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମୁକାବିଲା ମନ୍ତ୍ର । ଜୁନରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ, ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ସୁଦୃଢ କରିବାକୁ ନିର୍ଦ୍ଦେଶ ।

୮-ଜୁନ ୧୯ରେ ହେବାକୁ ଥିବା ୪୪ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ଼ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

୯-ଭବାନୀପାଟଣାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ସ୍କୁଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

୧୦-ବିହାରର ୧୨ ଜିଲ୍ଲାରେ ଇଣ୍ଟରନେଟ ଉପଲେ ଲଗାମ, ତିନି ଦିନ ଯାଏଁ ୨୨ ଆପରେ ମେସେଜ-ଫଟୋ-ଭିଡିଓ ପଠାଇବା ଉପରେ ରୋକ ।

୧୧-ମନ୍ତ୍ରୀ ପରିଷଦ ବୈଠକରେ ପୂର୍ଣ୍ଣାଙ୍ଗ ବଜେଟକୁ ମିଳିଲା ମଞ୍ଜୁରୀ, ଜୁଲାଇ ୨ରେ ବିଧାନସଭାରେ ହେବ ଆଗତ ।

୧୨-ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ଗଠନ କଲା ମ୍ୟାନେଜମେଂଟ ଟିମ୍: ୧୪ ଜଣିଆ ଟିମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମିଲ୍।

୧୩-ଓଡ଼ିଶୀ ନୃତ୍ୟ ନାଟିକା ଉତ୍ସବ’ ଆଜାଦି ଉଦ୍‌ଯାପିତ: ରୋମାଞ୍ଚିତ କଲା ଉତ୍କଳମଣି ଓ ବିଜୟାନନ୍ଦଙ୍କ କାହାଣୀ। ।।

୧୪-ଶ୍ରୀଲଙ୍କାରେ ତୈଳ ନାହିଁ; ସାପ୍ତାହିକ କାର୍ଯ୍ୟଦିବସ ୪କୁ ହ୍ରାସ ।

୧୫-RBIର ଭିଜନ ୨୦୨୫: ଫିନଟେକ କମ୍ପାନିକୁ ନିୟନ୍ତ୍ରଣ, ଡିଜିଟାଲ କରେନ୍ସି ଲଞ୍ଚ ଏବଂ BNPL ଉପରେ ଫୋକସ।

ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook