ବଳଙ୍ଗା ପୋଲିସ ଜାଲରେ ବ୍ରାଉନ ସୁଗାର ବେପାରୀ ।

ପୁରୀ ବଳଙ୍ଗା ପୋଲିସ ଜାଲରେ ବ୍ରାଉନ ସୁଗାର ବେପାରୀ । ୨ ଅଭିଯୁକ୍ତଙ୍କୁ ବାନ୍ଧିବା ସହ ସେମାନଙ୍କ ଠାରୁ ପ୍ରାୟ ୭୮ଗ୍ରାମର ବ୍ରାଉନସୁଗାର ଯାହାର ଆନୁମାନିକ ମୂଳ୍ୟ ୮ ଲକ୍ଷ ହେବ ଜବତ କରିଛି । ଏହା ସହ ସେମାନଙ୍କ ଠାରୁ ଗୋଟାଏ କାର,ଗୋଟାଏ ମୋଟର ସାଇକେଲ ଜବତ କରିବାରେ ସଫଳ ହୋଇଛି । ପିପିଲି ଏସଡ଼ିପିଓ ଆଜି ବଳଙ୍ଗା ଥାନାରେ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ୨ ବେପାରୀ ହେଲେ ଗଡ଼ପଦନପୁର ଗାଁର ଚନ୍ଦନ ପାତ୍ର ଓ ପ୍ରଭାତ କୁମାର ସ୍ୱାଇଁ । ରିପୋର୍ଟ ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ବଳଙ୍ଗା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇଁ ଦକ୍ଷିଣ ରାଡ଼ସ ନିକଟରେ ଚଢାଉ କରିଥିଲେ । ଚଢାଉ କରି ପୋଲିସ କାର, ୨ ଅଭିଯୁକ୍ତ ଙ୍କୁ ଗରିଫ କରିବାରେ ସଫଳ ହୋଇଥିଲା । ସେମାନଙ୍କ ାଂରୁ ୩ଟି ମୋବାଇଲ, ଏକ କାର, ନଗଦ ୨ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ତେବେ ଆଗାମୀ ଦିନରେ ବ୍ରରଉନସୁଗାର ବେପାରୀଙ୍କ ଉପରେ ଜୋରଦାର ଚଢାଉ କରିବାକୁ ସୂଚନା ଦେଇଛନ୍ତି । ପିପିଲିରୁ ମନୋରଞ୍ଜନ ମହାପାତ୍ରଙ୍କ ରିପୋର୍ଟ
ବାଇଟ-

 

Share this…
Share on Facebook

Facebook