ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ମାଲକାନଗିରି ; କଂଗ୍ରେସ ମୁଖ୍ୟାଳୟ ଭିତରେ ପଶି ଦିଲ୍ଲୀ ପୁଲିସ କରିଥିବା ଦମନଲୀଳା ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଗାନ୍ଧି ପରିବାରକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଥିବା ପ୍ରତିବାଦରେ ମାଲକାନଗିରି କଂଗ୍ରେସର ତିବ୍ର ବିରୋଧ କରିଛି । ଆଜି ଜିଲ୍ଲା କଂଗ୍ରେସ ଶତାଧିକ କର୍ମୀ ସହର ପରିକ୍ରମା କରିବା ସହ ପ୍ରଧାନମନ୍ତ୍ରୀଙ୍କ କୁଷପୁତଳିକା ଦାହା କରିଛନ୍ତି ।

କେନ୍ଦ୍ର ସରକାର ଆକ୍ରୋଶମୂଳକ ଭାବେ ଇଡ଼ି ମାଧ୍ୟମରେ ରାହୁଲ ଗାନ୍ଧୀଙ୍କୁ ଜେରା କରିବା ଜିଲ୍ଲା କଂଗ୍ରେସ ଦୃଢ ବିରୋଧ କରିଛି । ଦେଶରେ ପେଟ୍ରୋଲ ଡ଼ିଜେଲ ଓ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ମୋଦୀ ସରକାର । ଯାହା ସାରା ଦେଶରେ ଜନଆକ୍ରୋଶର ଶିକାର ହେଉଛି ବିଜେପି । ଯାହା ପାଇଁ ବିଜେପି ରକ୍ତମୁଖା ହୋଇ କଂଗ୍ରେସ ମୁଖିଆଙ୍କୁ ଆକ୍ରୋଶମୁଳକ ଭାବେ ଇଡ଼ି ମାଧ୍ୟମରେ ଜେରା କରୁଥିବା ପ୍ରକାଶ କରିଛନ୍ତି । ମାଲକାନଗିରି ରୁ ଶିବ ପ୍ରସାଦ ଦାସଙ୍କ ରିପୋର୍ଟ mpx news odia ।

Share this…
Share on Facebook

Facebook