ଟାକ୍ସ ଫାଙ୍କି ଖାଇ ଚାଲିଥିଲା, ମାଡ଼ି ବସିଲା ଆୟକର ବିଭାଗ ।

ଧର୍ମଶାଳା ; ଟାକ୍ସ ଫାଙ୍କି ଖାଇ ଚାଲିଥିଲା, ମାଡ଼ି ବସିଲା ଆୟକର ବିଭାଗ । ଖଣି ଠାରୁ ଟାନ୍ସପୋର୍ଟ ରୁ କୋଟି କୋଟି ଟଙ୍କା ଟିକସ ଫାଙ୍କି ଚକମା ଦେଉଥିଲା । ଉପରେ ଧଳା ଭିତରେ କଳା କାରନାମାରେ ପଡ଼ିଲା ପୂର୍ଣ୍ଣଛେଦ୍ । ଯାଜପୁର ଧର୍ମଶାଳା ସୁନ୍ଦରିଆ ପଂଚାୟତ ସାରୋଇ ଗାଁର ଜଣେ ଖଣି ବ୍ୟବସାୟୀଙ୍କ ଘରେ ଆଜି ଆୟକର ବିଭାଗ ଚଢାଉ ପରେ ଅସାଧୁ ବ୍ୟବସାୟୀଙ୍କ ପୋଲ ଖୋଲିଛି ।

ଏକ ସଙ୍ଗେ ଆୟକର ବିଭାଗ ଜାରକା ଠାରେ ନିରଞ୍ଜନ ଇଡ଼ଷ୍ଟ୍ରୀ, କୋଣାର୍କ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟ ଓ ବାସଭବନରେ ଚଢାଉ କରିଛି । କୋଟି କୋଟି ଟଙ୍କାର କାର, ଲକ୍ଷାଧିକ ନଗଦ ଟଙ୍କା, ସୁନା ଅଳଙ୍କାର ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ତେବେ ବର୍ଷ ବର୍ଷ ଧରି କଳା ସାମ୍ରାଜ୍ୟ ଚାଲିଥିବା ବେଳେ ଆୟକର ବିଭାଗ ଅଚାନକ ଚଢାଉକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । mpx tv odisha

Share this…
Share on Facebook

Facebook