ଆନ୍ଦୋଳନରେ ଅକାମୀ ବାଲେଶ୍ୱର

ବାଲେଶ୍ୱର;  ଦିବା ଲୋକରେ ଚୋରି, ରାହାଜନୀ, ଗୁଳିକାଣ୍ଡ଼, ଜିଲ୍ଲା ବାସୀ ଆତଙ୍କିତ । ଠିକଣା ସମୟରେ ପୋଲିସ ନିରବ, ନିଷ୍କ୍ରିୟ, ହଟହଟା ହେଉଛନ୍ତି ଜନତା । ଜିଲ୍ଲାରେ ଖଣ୍ଡା ଭୁଜାଲିର ବନ୍ଧୁକର ଶାସନ ଚାଲିଛି । ଯାହାକୁ ନେଇ ଅତିଷ୍ଟ ବାଲେଶ୍ୱର ଜିଲ୍ଲାବାସୀ । ଜିଲ୍ଲାରେ ଶାନ୍ତି ପାଇଁ ଗୁହାରୀ ଅଭିଯୋଗ କିଛି କାମରେ ଆସିଲାନି । ଯାହାର ପ୍ରତିବାରେ ଜିଲ୍ଲା ପ୍ରଶାସନ ବିରୋଧରେ ୬୨ ସଂଗଠନ ତଥା କେବଳ ଶାସକ ଦଳକୁ ଛାଡ଼ିଦେଲେ ସମସ୍ତ ସଂଗଠନ ଏକ ହୋଇଛନ୍ତି । ୧୨ ଘଂଟିଆ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲାରେ ବନ୍ଦ ଡ଼ାକାରା ଦେଇଛନ୍ତି ।

ସରକାରୀ, ବେସରକାର ଅନୁଷ୍ଠାନ ବନ୍ଦ କରିବା ସହ ଦୋକାନ ବଜାର ଗାଡ଼ି ଚଳାଚଳ ସମ୍ପୁର୍ଣ୍ଣ ଠପ୍ କରି ଦେଇଛନ୍ତି । ଯାତାୟତ ଠପ୍ ହେବା ଦ୍ୱାରା ରଜ ବଜାରରେ ନିଆଁ ଲାଗାଇଛି ଆନ୍ଦୋଳନ । ଏସପିଙ୍କ ବଦଳି, ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆଇନ ଶୃଙ୍ଖଳାରେ ଶୁଧାର ଆଣିବାକୁ ଜିଲ୍ଲାର ବୁଦ୍ଧିଜୀବୀ ଦାବୀ କରିଛନ୍ତି ।

ଯଦି ପ୍ରଶାସନ ନ୍ୟାୟ ସଂଙ୍ଗତ ଦାବିକୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକାରୀ ନକରନ୍ତି ତେତେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି । ସୋରରୁ ଶରତ ନାଏକଙ୍କ ରିପୋର୍ଟ mpx news odisha

 

Share this…
Share on Facebook

Facebook