ଫୁଟିଲା ବିଷ୍ପୋରକ , ଉଡ଼ିଲା ଘର; ୭ ଜଣ ଗୁରତର, ଅଳ୍ପକେ ବର୍ତିଲା ଶିଶୁ ।

ଗଞ୍ଜାମ; ଫୁଟିଲା ବିଷ୍ପୋରକ , ଉଡ଼ିଲା ଘର, ୭ ଜଣ ଗୁରତର, ଅଳ୍ପକେ ବର୍ତିଲା ଶିଶୁ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେରୁଆବାଡ଼ି ଗାଁରେ ଭୟଙ୍କର ବିଷ୍ପୋରଣ ଘଟିଥିଲା ବେଳେ ସାରା ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ୭ ଜଣଙ୍କ ମଧ୍ୟରୁ ୩ ଜଣ କୋଦଳା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ୪ ଜଣଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ରିପୋର୍ଟ ଅନୁଯାୟୀ ଅପରାହ୍ନରେ ଶିହଳ ସାହିର କୌଳାସ ବେହେରାଙ୍କ ଘରୁ ବିଷ୍ପୋରଣର ଶଦ୍ଧ ଆସିଥିଲା । ସ୍ଥାନୀୟ ଲୋକ ଶଦ୍ଧ ଶୁଣି କୌଳାସଙ୍କ ଘରକୁ ଧାଇ ଆସିଥିଲେ । ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କୋଦଳା ମେଡ଼ିକାଲରେ ଭର୍ତି କରିଥିଲୋ । ମାତ୍ର ବିଷ୍ପୋରଣ ଏତେ ଭୟଙ୍କର ଥିଲା ଯେ ୩ଟି ଘରକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି । ତେବେ ବିଷ୍ପୋରଣ କିପରି ଓ କାହିକି ହେଲା ତାହା ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ କୋଦଳା ପୋଲିସ, ପୁରୁଷତମପୁର ଏସଡ଼ିପିଓ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଗଞ୍ଜାମର ଭଗବାନ ପାଢୀଙ୍କ ରିପୋର୍ଟ କଳିଙ୍ଗ ଭାସ୍କର ।

 

Share this…
Share on Facebook

Facebook