ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ପୁସ୍ତକ ଉନ୍ମୋଚନ ଓ ରଜ ଉତ୍ସବ ପାଳନ

ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ପିପିଲି ଦଇଶପାଟଣା ଭାଲିଆବିଲି ସ୍ଥିତ ଶାନ୍ତି ମୈଦାନ  ଠାରେ ପୁସ୍ତକ ଉନ୍ମୋଚନ ଓ ରଜ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ଅନୁଷ୍ଠାନର ୫୦୦ଘଣ୍ଟା ର ସ୍ୱଚ୍ଚ ଭାରତ ଅଭିଯାନ ଫଟୋ ପଦର୍ଶନୀ ମେଳାକୁ ଅତିଥିମାନେ ପରିଦର୍ଶନ କରିଥିଲେ । ପରେ  ଉପଦେଷ୍ଟା ଲେପ୍ଟନାଣ୍ଟ ଜେନେରାଲ  ନାରାୟଣ ମହାନ୍ତି ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ , ଓଡିଶା ସଂଗୀତ ନାଟକ ଏକାଡେମୀ ର ସଂପାଦକ ପ୍ରବୋଧ ରଥ , ସୋଆ ବିଶ୍ୱ ବିଦ୍ୟାଳୟର କୁଳପତି ଡଃ ଅଶୋକ ମହାପାତ୍ର ଙ୍କ ସହ ଅନ୍ୟ ଅତିଥି ମାନେ ଯୋଗଦେଇ ନାଟ୍ୟଗୁରୁ ସ୍ୱର୍ଗତ କାଶିନାଥ ସାହୁ ଓ ଦୀନବନ୍ଧୁ ବେହୁରା ଙ୍କ ରଚିତ ୨ଟି ପୁସ୍ତକ ଉନ୍ମୋଚନ କରିଥିଲେ ।

ଏଥିସହ ପିପିଲି ମାଟିର ଅମ୍ଲାନ ପ୍ରତିଭା ଓ କାଳଜୟୀ ଶତାଦ୍ଦୀ ପୁରୁଷ ସ୍ୱର୍ଗତ କାଶିନାଥ ସାହୁଙ୍କ ଜୀବନି ଉପରେ ଅତିଥି ମାନେ ଭୁୟଂସି ପ୍ରଶଂସା କରିଥିଲେ । ଏଥିସହ ଦୟାନଦି ପାଶ୍ୱର୍ରେ ପ୍ରଭାବିତ ହୋଇଥିବା ଗଙ୍ଗୁଆନଦୀ ର ବାସ୍ତବ ରୁପରେଖ ଉପରେ ଆଲୋକପାତ କରାଯାଇଥିଲା । ଚାଷିମାନଙ୍କ ଜୀବନ ରେଖା ଗଙ୍ଗୁଆ ନଦୀ ଏବେ ସଂପୁର୍ଣ୍ଣ ପ୍ରଦୁଷିତ ହୋଇ ପଡିଥିବା ବେଳେ ଏହାର ପୁନଃଉଦ୍ଧାର ପାଇଁ ଜନଜାଗରଣ ସଚେତନତା ଉପରେ ଅତିଥିମାନେ ମତବ୍ୟକ୍ତ ପ୍ରକାଶ କରିଥିଲେ ।

ଶେଷରେ ସ୍ଥାନୀୟ ପଲ୍ଲବୀ ଓ ଜାଗୃତୀ ଅନୁଷ୍ଠାନର କାଳାକାର ମାନଙ୍କ ଦ୍ୱାରା ରଜ ଉପଲକ୍ଷେ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଷଦର ସାଧାରଣ ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର ଙ୍କତ୍ତତତ୍ୱାବଧାନରେ ହୋଇଥିବା ବେଳେ ଶିକ୍ଷାବିତ ହେମନ୍ତ କୁମାର ପ୍ରଧାନ ଓ ଅନ୍ୟ ସଦସ୍ୟମାନେ  ପରିଚାଳନା କରିଥିଲେ ।

ପିପିଲି ରୁ ମନୋରଞ୍ଜନ ମହାପାତ୍ର ଙ୍କ ରିପୋର୍ଟ

Share this…
Share on Facebook

Facebook