କପିଳାଶ ଚିଡ଼ିଆଖାନାକୁ ଆସିଲେ ଜଣେ ନୂଆ ଅତିଥି ।

ଢେଙ୍କାନାଳ;  କପିଳାଶ ଚିଡ଼ିଆଖାନାକୁ ଆସିଲେ ଜଣେ ନୂଆ ଅତିଥି । ଅତିଥିଙ୍କୁ ପ୍ରାଣୀ ଚିକିତ୍ସକ ମାନେ ଚିକିତ୍ସା କରି ଚିଡ଼ିଆଖାନାର ସ୍ୱତନ୍ତ୍ର ସ୍ଥାନରେ ରହିବାକୁ ବ୍ୟବସ୍ଥା କରାଯାଇଛି । ଟିକେ ଭଲ କରି ଦେଖନ୍ତୁ ଏ ହେଉଛି ସେହି ନୂଆ ଅତିଥି । ଯାହାକୁ ଜନ୍ମ କରି ନିର୍ଦୟ ହୋଇଛି ମା\’ । ତାର ମା\’ ଜନ୍ମ ଯନ୍ତ୍ରଣା ସହିଲା ମାତ୍ର ଜନ୍ମ କରି ଛୁଆକୁ ଛାଡ଼ି ଜଙ୍ଗଲକୁ ପଳାଇଛି ।

ସ୍ଥାନୀୟ ଲୋକ ହାତୀ ଛୁଆଟିକୁ ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ସୋମବାର ହିନ୍ଦୋଳ ବନ୍ୟାଂଚଳର ବନ କର୍ମଚାରୀ ପହଂଚି ହାତୀ ଛୁଆକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସଙ୍କ ଦ୍ୱାରା ଚିକିତ୍ସା କରିଥିଲେ । ହାତୀ ଛୁଆଟି ଟିକେ ସୁସ୍ଥ୍ୟ ହେବା ପରେ କପିଳାଶ ଚିଡ଼ିଆଖାନାରେ ଆଣି ଛାଡ଼ିଛନ୍ତି । ନୂଆ ଅତିଥି ଆସିବା ଖବର ପାଇଁ ସ୍ଥାନୀୟ ଅଂଚଳର ଲୋକମାନେ ଦେଖିବାକୁ ଭିଡ଼ ଜମାଇ ଛନ୍ତି । ଢେଙ୍କାନାଳ ,ରୁ ଶ୍ରୀଧରପାତ୍ରଙ୍କ ରିପୋର୍ଟ କଳିଂଗ ଭାସ୍କର

Share this…
Share on Facebook

Facebook