କେନ୍ଦ୍ରାପଡ଼ା ; ମିଟୁ ଲୁଟୁଛି ମାଟି. ନିଜ ବିଲ କି ଜମି ରୁ ନୁହେଁ. ଗୋଚର ରୁ ଲୁଟୁଛି ମାଟି. ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅନ୍ତର୍ଗତ କୁରଜଙ୍ଗା ପଞ୍ଚାୟତ ନିକଟରେ ଥିବା ଗୋଚର ଜମିର କଥା. ଏ ହେଉଛନ୍ତି ସେଇ ମିଟୁ ଯିଏ ଥିଲେ କୁରଜଙ୍ଗା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସୂର୍ଯକାନ୍ତ ପ୍ରଧାନ, ବାବୁ ସୂର୍ଯକାନ୍ତ ମାଟି ବିକିବାରେ ଏତେ ବେସ୍ତ ଯେ ଜାଣି ପାରୁ ନାହାନ୍ତି କୋଉଟା ଗୋଚର କୋଉଟା ଢ଼ୀଅ ଏ କୁଆଡେ ଲୋକ ପ୍ରତିନିଧି ପାଞ୍ଚବର୍ଷ ଲୋକଙ୍କ କାମ କରିଛନ୍ତି, ଏଵେ ସେ କଲା କାରନାମା ଫୁଟି ବାହାରୁଚି
ବାବୁଙ୍କ ମାଟି ବିକା ନିଶା ଏମିତି ମଂଗଜ ଚଡିଛି ଯେ..! ଯାହାକୁ ନେଇ ଆତିଷ୍ଟ ହେଲେଣି ଅଞ୍ଚଳ ବାସି. ବାବୁ ମାଟି ତାଡି ବିକିବାକୁ ଉଦ୍ୟମ କରୁଥିଲା ବେଳେ ଏଵେ, ବିରୋଧ କରିଛନ୍ତି ସ୍ଥାନୀୟ ସମିତିସଭ୍ୟ ଓ ଅଞ୍ଚଳ ବାସି.
ଦିନକୁ ଦିନ ବଢ଼ି ଚାଲିଚି ପୂର୍ବତନ ସରପଞ୍ଚ ଙ୍କ ମନମୁଖି କାର୍ଯ୍ୟ. ଟିକେ ଭଲକି ନଜର ପକାନ୍ତୁ ଏହି ଦୃଶ୍ୟକୁ ବିନା ୱାରକର୍ଡର ଓ ବିନା ଫଳକ ରେ କେମିତି ଚାଲିଚି ମନମୁଖୀ କାର୍ଯ୍ୟ..!
ସ୍ଥାନୀୟ ସରପଞ୍ଚ ବିଭାଗୀୟ ଅଧିକରୀ ଙ୍କୁ ଜଣାନାହିଁ, ହେଲେ, ମନମୁଖୀ ଚାଲିଚି ମାଟିତଡା, କାହିଁକି..? କାହାର ଛତ୍ର ଛାୟା ତଳେ ରହି ପୂର୍ବତନ ସରପଞ୍ଚ କରୁଛନ୍ତି ମନଇଛା କାମ
ଯାହାକୁ ନେଇ ତାତିଲେଣି ଅଞ୍ଚଳ ବାସି..!