ଦାରିଦ୍ର କଷାଘାତରେ ମୃତ୍ୟୁ ସହ ସଂଘର୍ଷ କୁରୁଥିବା କୌଳାସ ହରିଜନ ନିକଟରେ ପହଂଚିଲା ପ୍ରଶାସନ ।

ଉମରକୋଟ; ଖବରପ୍ରସାରଣ ପରେ ପ୍ରାଥମିକ ସ୍ତରରେ ମିଳିଲା ସାହାର୍ଯ୍ୟ । ଦାରିଦ୍ର କଷାଘାତରେ ମୃତ୍ୟୁ ସହ ସଂଘର୍ଷ କୁରୁଥିବା କୌଳାସ ହରିଜନ ନିକଟରେ ପହଂଚିଲା ପ୍ରଶାସନ । ଖବର ପାଇଁ ସ୍ଥାନୀୟ ସରପଂଚ ଶ୍ରୀମତୀ ନିଳେନ୍ଦ୍ରୀ ମାଝୀ,ସମିତି ସଭ୍ୟ ହୀରାଲାଲ ମାଝୀ ଓ ୱାର୍ଡ଼ ମେମ୍ବର କମଳଲୋଚନ ସାହାର୍ଯ୍ୟର ହାତ ବଢାଇଛନ୍ତି । ଅଜଣା ରୋଗରେ ଛଟପଟ୍ ହେଉଥିବା କୌଳାସକୁ ୧୦୮ ଆମ୍ବୁଲାନ୍ସରେ ଉମରକୋଟ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରିଛନ୍ତି ।

ରିପୋର୍ଟ ଅନୁଯାୟୀ ଉମରକୋଟ ବ୍ଲକ୍ ବୁର୍ଜା ଗାଁର କୌଳାସ ହରିଜନ ଅଜଣା ରୋଗରେ ଚିକିତ୍ସା ଅଭାବରୁ ମୃତ୍ୟୁ ସହ ସଂଘର୍ଷ କରୁଥିଲେ । ପୂର୍ବରୁ ବାପା ,ଜେଜେବାପା ଏହି ଅଜଣା ରୋଗରେ ମୃତ୍ୟୁ ବରଣ କରିଥିବା ବେଳେ କୌଳାସ ମଧ୍ୟ ଏହି ରୋଗରେ ଆକ୍ରାନ୍ତ । ବ୍ୟୟବହୁଳ ଚିକିତ୍ସା ଆବଶ୍ୟକ ଥିବା ବେଳେ ଅର୍ଥ ଅଭାବରୁ ବିନା ଚିକିତ୍ସାରେ ଯନ୍ତ୍ରଣା ଜୀବନ କାଟୁଥିଲେ ।

ଏପରିସ୍ଥିତିରେ ଘରେ ବୁଢୀ ମା\’ ଖାଦ୍ୟ ବିନା ଭୋକ ଉପାସରେ ଦିନ କାଟୁଛନ୍ତି । ମାତ୍ର ସରକାରଙ୍କ ପକ୍ଷରୁ ଚାଉଳ କି ଭତାଟିଏ କି ଆବାସ ଗୃହ ଟିଏ ମିଳି ନାହିଁ । ଏ ସମ୍ପର୍କରେ ଖବର ପାଇଁ ସରପଂଚ ଓ ସମିତି ସଭ୍ୟ ଚିକିତ୍ସା ପାଇଁ ସାହାର୍ଯ୍ୟର ହାତ ବଢାଇଛନ୍ତି । ଏହାସହ ଆଗାମୀ ଦିନରେ ଆବାସ ଓ ବୁଢୀ ମା\’ଙ୍କୁ ଭତା କରାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ତେବେ କୌଳାସଙ୍କ ଚିକିତ୍ସାରେ ବହୁ ଅର୍ଥ ଆବଶ୍ୟକ ଥିବା ବେଳେ ସ୍ଥାନୀୟ ରାଜନେତା ଓ ଜିଲ୍ଲାପ୍ରଶାସନକୁ ସାହାର୍ଯ୍ୟ ପାଇଁ ନିବେଦନ କରିଛନ୍ତି ।
ବାଇଟ-

ଉମରକୋଟ ରୁ ମନୋଜ କୁମାର ନାୟକଙ୍କ ଙ୍କ ରିପୋର୍ଟ କଳିଙ୍ଗ ଭାସ୍କର

Share this…
Share on Facebook

Facebook