ବଣେଇଁ ବ୍ଲକରେ ସାଂଘାତିକ ଘୋଟାଲା l ସୌରଚାଳିତ ପାଣି ପମ୍ପ ନାଁ ରେ ମହା ଦୁର୍ନୀତି l

ବଣେଇଁ ବ୍ଲକ ଭାଲୁପାଣୀ ପଞ୍ଚାୟତରେ ସାଂଘାତିକ ଘୋଟାଲା l ସୌରଚାଳିତ ପାଣିପମ୍ପ ନାଁରେ ମହା ଦୂର୍ନୀତି l ବିନା ସୂଚନା ଫଳକରେ କାମ ଶେଷ l ୪ ମାସ ଯାଇନି ପମ୍ପରେ ସଠିକ ଭାବେ ପାଣି ଆସୁନି l ଏ ଚିତ୍ର ହେଉଛି ସୁନ୍ଦରଗଡ ଜିଲ୍ଲା ବଣେଇଁ ବ୍ଲକ ଭାଲୁପାଣି ପଞ୍ଚାୟତ ବନ୍ଧାଭୂଇଁ ଗାଁ ବିର୍ଡିଆ ସାହିର l ଗ୍ରାମବାସୀଙ୍କ କହିବା କଥା ଗଲା ଫେବ୍ରୁଆରୀ ଅର୍ଥାତ ୪ ମାସ ପୂର୍ବେ ଖୋଦ୍ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସୌରଚାଳିତ ପାଣି ପମ୍ପଟି ନିର୍ମାଣ ହେଲା l ହେଲେ ନା ଲାଗିଛି ସୂଚନା ଫଳକ ନା ଠିକ୍ ଭାବରେ ଆସୁଛି ପାଣି l ଲୋକଙ୍କ ପାଣିର ସୁବିଧା ପାଇଁ ନିର୍ମାଣ ହେଇଥିଲା ଏ ପ୍ରକଳ୍ପ ହେଲେ ଦିନରେ ଘଣ୍ଟେ ଦି ଘଣ୍ଟା ଛାଡିଦେଲେ ଦିନ ତମାମ୍ ପାଣିର ଆଉ ଦେଖା ମିଳେନି l

 

ଲୋକଙ୍କ ହିତ ପାଇଁ ଲକ୍ଷ ଲକ୍ଷ ଟଙ୍କାର ପାଣି ପମ୍ପଟି ନିର୍ମାଣ ହେଲା ହେଲେ ଲୋକେ ତାହାର ସୁବିଧା ପାଇପାରୁଛନ୍ତି ନା ନାହିଁ ତାହା ଦେଖିବାକୁ କେହି ନାହାନ୍ତି l ଆଶା କରିବୁ ଏ ଖବର ପ୍ରସାରଣ ପରେ ଜିଲ୍ଲାପ୍ରସାଶନ ଦେଖି ଏହାର ସଠିକ ତଦନ୍ତ କରି ଦୂର୍ନୀତି ଗ୍ରସ୍ତ ଅଫିସରଙ୍କୁ ଦଣ୍ତିତ କରିବେ l ବଣେଇଁରୁ ରଞ୍ଜିତ କୁମାର ବାଗ MPX NEWS ODISHA  l

Share this…
Share on Facebook

Facebook