ମାଓ ଗଡରେ ମାଓବାଦୀଙ୍କୁ ଶକ୍ତ ଝଟକା

ମାଲକାନଗିରି, : ମାଲକାନଗିରି ଜିଲ୍ଲାର ଯନ୍ତ୍ରୀଠାରେ ଆଜି  295 ଜଣ ମିଲିସିଆ ମାଓବାଦୀ ଜିଲ୍ଲା ପ୍ରଶାସନ, ବିଏସଏଫ ଓ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ସମୟରେ ବିଏସଏଫ କମାନ୍ଡେଣ୍ଟ ଆର.ଏସ ମିଞ୍ଜ ଓ ସହକାରୀ କମଣ୍ଡେଣ୍ଟ ଟି.ଡି ସିଂ ଙ୍କ ସହ ଚିତ୍ରକୋଣ୍ଡା ଏସ ଡି ପି ଓ ଅଂଶୁମାନ ଦ୍ବିବେଦୀ, ଚିତ୍ରକୋଣ୍ଡା ବିଡିଓ ରଘୁନାଥ ମୁଣ୍ଡାରୀ, ଯୋଡ଼ାମ୍ବ ଥାନା ଭାରପ୍ରାପ୍ତ ନିରୀକ୍ଷକ ଚନ୍ଦ୍ରକାନ୍ତ ତାଣ୍ଡି, ଚିତ୍ରକୋଣ୍ଡା ଥାନା ଭାରପ୍ରାପ୍ତ ନିରୀକ୍ଷକ ଅନିଲ ପରିଡାଙ୍କ ଉପସ୍ଥିତିରେ ଆଜି ଏହି ମିଲିସିଆ ମାଓବାଦୀମାନେ ଆତ୍ମସାମର୍ପଣ   କରିଛନ୍ତି । ଏହି ମିଲିସିଆମାନେ ଆତ୍ମସମର୍ପଣ କରିବା ପରେ ପ୍ରଶାସନ ଓ ପୋଲିସ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଏ ଅବସରରେ ଆତ୍ମସମର୍ପଣକାରୀ ମିଲିସିଆମାନଙ୍କୁ ପୋଷାକ ସମେତ ବହୁ ସାମଗ୍ରୀ ପୋଲିସ ପକ୍ଷରୁ ପ୍ରଦାନ କରାଯିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବ କାର୍ଡ ପ୍ରଦାନ କରାଯାଇଥିଲା ।

ଆତ୍ମସମର୍ପଣ ପରେ  ଆତ୍ମସମର୍ପଣ କାରୀମାନେ  ନିଜେ ପରିଧାନ କରୁଥିବା ମାଓ ପୋଷକକୁ ନିଆଁ ଲଗାଇ ପୋଡି ଦେଇ ମାଓବାଦୀ ପାର୍ଟି ମୁର୍ଦାବାଦ ସ୍ଲୋଗାନ ମଧ୍ୟ ଦେଇଛନ୍ତି । ଏହି ଆତ୍ମସମର୍ପଣ କାରୀମାନେ ଅନେକ ଗୁଳିବିନିମୟ ଘଟଣା, ଅଗ୍ନିକାଣ୍ଡ ମାମଲା ଏବଂ ସାଧାରଣ ନାଗରିକ ହତ୍ୟାରେ ଜଡିତ ଥିଲେ | ସେମାନେ କହିଛନ୍ତିଯେ ମାଓବାଦୀମାନେ  ହିଂସାରେ ଲିପ୍ତ ରହିବା ପାଇଁ ସେମାନଙ୍କୁ ବିଭ୍ରାନ୍ତ କରିଥିଲେ। କିଛି ଦିନ ପୂର୍ବରୁ ସ୍ଥାନୀୟ ମିଲିସିଆଙ୍କ ଆତ୍ମସମର୍ପଣ ଦ୍ୱାରା ଉତ୍ସାହିତ ହୋଇ ଏହି ଅଞ୍ଚଳରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଦେଖି ସେମାନେ ମୁଖ୍ୟ ସ୍ରୋତରେ ଯୋଗଦେବାକୁ ଏବଂ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଥିଲେ।

ସମସ୍ତ ଆତ୍ମସମର୍ପଣ କାରୀମାନେ ଯନ୍ତ୍ରୀ ପଞ୍ଚାୟତର ଧାକଡ଼ପଦର, ଡାବୁଗୁଡ଼ା ଓ ଆର୍ଲିଙ୍ଗବେଡ଼ା ଗ୍ରାମର ବୋଲି ଜଣାପଡିଛି। ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତି ଅନୁଯାୟୀ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଚିତ୍ରକୋଣ୍ଡା ଏସ ଡି ପି ଓ ଶ୍ରୀ ଦ୍ବିବେଦୀ ପ୍ରକାଶ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଯୋଗୁଁ ଜିଲ୍ଲାର ସବୁଠାରୁ ଅଧିକ ମାଓ ଉପଦ୍ରବ ଅଞ୍ଚଳରେ ଆଜି ମାଓ ସଙ୍ଗଠନକୁ ଶକ୍ତ ଝଟକା ଦେଇଛନ୍ତି ସେଠାକାର ଲୋକେ । MPX TV ODISHA

Share this…
Share on Facebook

Facebook