ପିପିଲି ପଦ୍ମରୁ ଖସିଲା ପାଖୁଡ଼ା ।

ପୁରୀ; ପିପିଲି ପଦ୍ମରୁ ଖସିଲା ପାଖୁଡ଼ା । ଆଜି ବିଜେପି ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ ପର୍ଶୁରାମ ମହାପାତ୍ର । ପିପିଲି କୌଶଲ୍ୟାଗଙ୍ଗ ମଡ଼ଳ ସଭାପତି ହେଉଛନ୍ତି ପାର୍ଶୁରାମ । ପିପିଲି ଡ଼େଲାଙ୍ଗ ଅଂଚଳର ଜଣେ ସୁନାମଧନ୍ୟ ବିଜେପି ନେତା ଭାବେ ଖୁବ୍ ପରିଚିତ ଥିଲେ । ସେ ଆଜି ସାମ୍ବାଦିକ ସମ୍ମିଳନୀରେ ବିଦ୍ଧିବଦ୍ଧ ଭାବେ ଇସ୍ତଫା କରିଥିବା ଘୋଷଣା କରିଛନ୍ତି । ରାଜ୍ୟ ନେତୃତ୍ୱଙ୍କ ନିଷ୍ପତିକୁ ନାପସନ୍ଦ କରିବା ସହ ଦଳର ଅଣଦେଖା , ଓ ଉଚିତ୍ ସମୟରେ ନେତାଙ୍କ କାର୍ଯ୍ୟ ପଦ୍ଧତିକୁ ତିବ୍ର ବିରୋଧ କରିଛନ୍ତି ।

ବିଶେଷକରୀ ପୁରୀ ଶ୍ରୀମନ୍ଦିର ପରିକ୍ରମା ଆନ୍ଦୋଳନରେ ଦଳର ରାଜ୍ୟ ନେତୃତ୍ୱଙ୍କ ଅସମର୍ଥ ଓ ଦୋମୁହାଁ ନୀତିକୁ ଖୋଲମଖୁଲା ବିରୋଧ କରିଛନ୍ତି । ଯେଉଁ ଥି ପାଇଁ ପର୍ଶୁରାମ ଦଳ ବିରୋଧି ସ୍ୱର ଉଠାଇଛନ୍ତି । କିନ୍ତୁ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସାରେ ପୋତି ପକାଇଛନ୍ତି ପର୍ଶୁରାମ । ତେବେ ଆଗାମୀ ଦିନରେ କେଉଁ ଦଳକୁ ଯିବେ ତାହା କର୍ମୀ ସମର୍ଥକଙ୍କ ମତାମତ ନେବା ପରେ ସ୍ପଷ୍ଟ କରିବେ । ପିପିଲିରୁ ମନୋରଞ୍ଜନ ମହାପାତ୍ରଙ୍କ ରିପୋର୍ଟ କଳିଙ୍ଗ ଭାସ୍କର

Share this…
Share on Facebook

Facebook