ଖବର ଆଜିର…..

୧-ଅଢ଼େଇ ବର୍ଷ ପରେ ଆଜି ବାରବାଟୀ ଲଢ଼େଇ, ଭାରତ ବନାମ ଦକ୍ଷିଣ ଆଫ୍ରିକା ।

୨-ଗଠବନ୍ଧନ ଭାଙ୍ଗିବାର ଘୋଷଣା ପରେ କେଶବ ଦେବଙ୍କୁ ଉପହାରରେ ଦେଇଥିବା ଦାମୀ କାର୍ ମାଗିଲେ ଅଖିଳେଶ ।

୩-ୟୁଟ୍ୟୁବର ଫୈଜଲ ୱାନୀ ଗିରଫ, ନୂପୁର ଶର୍ମାଙ୍କ ଉପରେ କରିଥିଲେ ବିବାଦୀୟ ଭିଡିଓ।

୪-କେବଳ ଶିକ୍ଷିତ ହୋଇଥିଲେ ଚାକିରି କରିବାକୁ ମହିଳାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ: ବମ୍ୱେ ହାଇକୋର୍ଟ।

୫-ସମୁଦ୍ର ଭିତରେ ମିଳିଲା ସୁନା,ରୁପା ମୋତି, ମାଣିକ ଭରା ଜାହାଜ, କୋଲୋମ୍ବିଆ ଓ ସ୍ପେନ୍ ମଧ୍ୟରେ ଟଣାଓଟରା, କାହାର ହେବ ସମ୍ପତ୍ତି ?

୬-ଓଡ଼ିଶାରେ ଖୋଲିବ ୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଟ୍ୱିଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର।

୭-ବାରବାଟୀ ମ୍ୟାଚ୍ରେ ଭଲ ବୋଲିଂ କରି ପ୍ରତ୍ୟାବର୍ତ୍ତନ କରିବୁ: ଭୁବନେଶ୍ବର କୁମାର ।

୮-ରାଷ୍ଟ୍ରପତି ନିର୍ବାଚନ ନେଇ ଅଣ ବିଜେପି ଦଳମାନଙ୍କ ପ୍ରୟାସ ଆରମ୍ଭ , ବିରୋଧୀ ଦଳର ୨୨ ନେତାଙ୍କୁ ଚିଠି ଲେଖିଲେ ମମତା ।

୯-ଟଲିଉଡର ଜଣାଶୁଣା ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ।

୧୦-୧୩ ସାଧାରଣ ଲୋକଙ୍କ ହତ୍ୟା ମାମଲା : ୩୦ ସୈନିକଙ୍କ ବିରୋଧରେ ହତ୍ୟା ମାମଲା ଲଗାଇଲା ନାଗାଲାଣ୍ଡ ପୁଲିସ ।

୧୧-ଯୋଗୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ନିଲମ୍ବିତ ହେଲେ ୮ ଜଣ ପୁଲିସ କର୍ମୀ ।

୧୨-ଏଫ୍ଏଓ ରିପୋର୍ଟ: ଦରବୃଦ୍ଧିରେ ଚାଷୀ, ଗ୍ରାହକ ବେହାଲ୍ ।

୧୩-ଆନ୍ଧ୍ର ଅଧିକାରୀଙ୍କୁ ତଡ଼ିଲେ ଜିଲ୍ଲା ପରିଷଦ ସଭ୍ୟା, ଗାଲିଗାବଡର ଗାଁରେ କରିଥିଲେ ଅନୁପ୍ରବେଶ ।

୧୪-ଦକ୍ଷିଣ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର; ୨ଆତଙ୍କବାଦୀ ମୃତ; ଅସ୍ତ୍ରଶସ୍ତ୍ର ଜବତ, ତଲାସି ଅଭିଯାନ ଜାରି ।

୧୫-ଆର୍ବିଆଇର ରପୋ ରେଟ୍ ପରେ ଏସ୍ବିଆଇ ବଢ଼ାଇଲା FD ସୁଧ ରେଟ୍,।

୧୬-ବଦଳିଲା ନନ୍ଦିଘୋଷ ରଥର ଅଖ ।

୧୭-ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ଲଗାତାର ଦୁଇ ସପ୍ତାହ ଧରି ବୃଦ୍ଧି ପରେ ଗତ ସପ୍ତାହରେ ହ୍ରାସ ରେକର୍ଡ କରାଯାଇଛି । ତେବେ ଏବେ ବି ବିଦେଶୀ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡାଲରରୁ ଅଧିକ ରହିଛି।

୧୮-ରଣଜୀ ଟ୍ରଫି ବିବାଦ, ୧.୭୪ କୋଟି ଟଙ୍କାର ଖାଦ୍ୟ ଖାଇଛନ୍ତି ଉତ୍ତରାଖଣ୍ଡ କ୍ରିକେଟର, କଦଳୀ କିଣାରେ ୩୫ ଲକ୍ଷ ଖର୍ଚ୍ଚ ।

୧୯-ଜୁନ୍ ୩୦ ସୁଦ୍ଧା ଦାବି ପୂରଣ କର, ନଚେତ୍ ଜୁଲାଇ ୧ରୁ ଧର୍ମଘଟ: ଚେତାବନୀ ଦେଲା ରାଜ୍ୟ ବସ୍ ମାଲିକ ସଂଘ ।
ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook