ଦିନ ମଜୁରୀଆ ସୁବଳକୁ ଇଶ୍ୱରଙ୍କ ଉପହାର , କିଡ଼ିନି ରୋଗ କୁ ପକ୍ଷାଘାତ

ଢେଙ୍କାନାଳ;  ବୟସ ୫୨, ନାଁ ସୁବଳ ନାୟକ, ଘର ଢେଙ୍କାନାଳ ସଦର ବ୍ଲକ୍ ନାଠୁଆ ଗାଁରେ । ସୁବଳଙ୍କ ଦୁଃଖ କେଉଁଠୁ ବଖାଣିବି । ଦିନ ମଜୁରୀଆ ସୁବଳ , ଖଟିଲେ ଖାଇବ ନହେଲେ ପୁରା ପରିବାର ଉପାସ । । ଅଭାବୀ ସଂସାର ଠିକ୍ ଠାକ୍ ଚାଲିଥିଲା । ଆଉ ଏତିକି ବେଳେ ସୁବଳକୁ ଦେଇଛନ୍ତି ଇଶ୍ୱର ଉପହାର , କିଡ଼ିନି ରୋଗ କୁ ପକ୍ଷାଘାତ ଏବେ ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ – ରୋଗକୁ ଅଭାବ ମଣିଷକୁ କେତେ ଦରିଦ୍ର କରିବାରେ ଏହି ଚିତ୍ର ଠାରୁ ବରିଷ୍ଠ ପ୍ରମାଣ କେଉଁଠୁ ମିଳିବ । ଏଠି ମୁଣଡ଼ ଉପରେ ଚାଳ ନୁହେଁ ତାଳ ଛପର । ବର୍ଷା ହେଲେ ଭିଜାଉଛି, ପବନ ହେଲେ ଉଡ଼ାଉଛି । ଝାଟି ମାଟି ଠାରୁ ଅଯୋଗ୍ୟ ପଥର କାନ୍ଥ, ଦିନରେ ପଶୁଛି ଖରା, ରାତିରେ ଦିଶୁଛି ତାରା । ଏଇଠି ଆରମ୍ଭ ସୁବଳଙ୍କ ଦିନ , ଏଇଠି ଶେଷ । ଯେଉଁଠି ଖାଇବା ସେଇଠି ଶୋଇବା । ଆ ମଧ୍ୟରେ ଚିକିତ୍ସା ପାଇଁ ସବୁ ବିକି ଭାଙ୍ଗି ଦେଲାଣି । ଏବେ ରୋଗ ଯନ୍ତ୍ରଣା ଠାରୁ ବଳି ପଡ଼ିଲାଣି ପେଟର ଜ୍ୱାଳା । ଖବର ଆଗକୁ ରୋଗ ଯନ୍ତ୍ରଣାକୁ ପେଟର ଭୋକର ଜ୍ୱାଳା ଆସିବ ତା ପୂର୍ବରୁ ଶୁଣନ୍ତୁ କଣ କହୁଛନ୍ତି ପରିବାର…

ବ୍ୟୟବହୁଳ ଚିକିତ୍ସା ପାଇଁ ଏବେ ଅର୍ଥ ଲୋଡ଼ା । ଅର୍ଥ ଏବେ ଅନର୍ଥର କାରଣ ସାଜିଛି । ଅର୍ଥ ନଥିବାରୁ ମେଡ଼ିକାଲରୁ ଆସି ଘର ବାରଡ଼ାରେ ଭାଗ୍ୟକୁ ଆଦରୀ ମରଣର ଦିନ ଗଣୁଛନ୍ତି । ଏହି ଚିକିତ୍ସା ପାଇଁ ସ୍ଥାନୀୟ ରାଜନେତାଙ୍କ ଠାରୁ ଜିଲ୍ଲା ପ୍ରସାଶନ ନିକଟରେ ଗରୀବ ପରିବାର ଗୁହାରୀ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନି । ରୋଗକୁ ଭଲ କରିବାକୁ ଅର୍ଥ ଦେବା ଦ୍ୱର କଥା ମାତ୍ର ପରିବାକୁ ମୁଠାଏ ଖାଦ୍ୟ ମଧ୍ୟ ପ୍ରଶାସନ ପକ୍ଷରୁ ମିଳି ନଥିବା କ୍ଷୋଭର ସହ ପ୍ରକାଶ କରିଛି । ଏପରି ସ୍ଥିତିରେ ସୁବଳଙ୍କ ନିକଟରେ ପ୍ରାଥମିକ ଅବସ୍ଥାରେ ସ୍ଥାନୀୟ ସାମ୍ବାଦିକ ମାନେ ସାହାର୍ଯ୍ୟର ହାତ ବଢାଇଛନ୍ତି । ଏବେ ପ୍ରଶାସନ ଓ ସହୋଦୟ ବ୍ୟକ୍ତିଙ୍କ ସାହାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି ।

(ଫାଭିଓ) ଏପରି ସ୍ଥିତିରେ ସୁବଳଙ୍କ ପରିବାରକୁ ଜିଲ୍ଲାପ୍ରଶାସନ କି ବଦାନ୍ୟ ବ୍ୟକ୍ତିଙ୍କ ଶୁଭ ଦୁଷ୍ଟି ପଡ଼ିଲେ ଯନ୍ତ୍ରଣାଦାୟକ ରୋଗରୁ ମୁକ୍ତି ହୋଇ ପରନ୍ତେ । ଢେଙ୍କାନାଳ mpx tv odia

Share this…
Share on Facebook

Facebook