କେବେ ବଦଳିବ ରୁକୁଡ଼ା ଡ଼୍ୟାମ ବିସ୍ଥାପିତଙ୍କ ଭାଗ୍ୟ ?

ସୁନ୍ଦରଗଡ; ଚାଷୀଙ୍କ ହିତ ପାଇଁ ସରକାର ଡ୍ଯାମ ନିର୍ମାଣ କଲେ ସତ, ଡ୍ଯାମ ବି ନିର୍ମାଣ ହେଲା, ହେଲେ ଡ୍ଯାମ ପାଣିରେ ବୁଡିଥିବା ଅନେକ ପରିବାରର ଘରକୁ ସରକାର ଏଯାଏଁ କ୍ଷତିପୂରଣ ଦେଇପାରିଲେନି l ଡ୍ଯାମ ପାଣିରେ ସମ୍ପୁର୍ଣ୍ଣ ଘର ବୁଡିଗଲା, ଜିଲ୍ଲା ପ୍ରସାସନ ଠୁ ନେତା ମନ୍ତ୍ରୀ ପାଖରେ ଗୁହାରୀ ପରେ ଗୁହାରୀ କଲେ ହେଲେ ପ୍ରତିବଦଳରେ ମିଳିଲା କେବଳ ପ୍ରତିଶୃତି ଆଉ ଆଶ୍ବାସନା l ଘର ବଦଳରେ ଘର ଓ ଜମି ମିଳିବ ପ୍ରତିଶୃତି ମିଳିଲା ସତ ହେଲେ ପ୍ରତିଶୃତୀ ଯେମିତି ପ୍ରତିଶୃତୀ ହେଇରହିଗଲା କିନ୍ତୁ ଘର ଖଣ୍ତିଏ ମିଳିପାରିଲା ନାହିଁ l ଆମେ କହୁଛୁ ସୁନ୍ଦରଗଡ ଜିଲ୍ଲା ବଣେଇଁ ବ୍ଲକ ରୁକୁଡା ବିସ୍ଥାପିତଙ୍କ କଥା l ଶୁଣନ୍ତୁ ତାଙ୍କରି ମୁହଁରୁ କ’ଣ କହୁଛନ୍ତି ସେମାନେ l
ଏନେଇ ବିସ୍ଥାପିତ ହେଇଥିବା ୧୭ ଟି ପରିବାର ଉପଜିଲ୍ଲାପାଳଙ୍କଠୁ ନେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ ପରେ ଗୁହାରୀ ଜଣାଇଲେ ହେଲେ ହେଲେ ପ୍ରତିବଦଳରେ ମିଳିଲା କେବଳ ପ୍ରତିଶୃତି ଆଉ ଆଶ୍ବାସନା l ବାଧ୍ୟହେଇ ବିସ୍ଥାପିତ ଲୋକେ ଜାତୀୟ ଜନଜାତି ଆୟୋଗଙ୍କ ଦ୍ବାରସ୍ଥ ହେଲେ, ଜନଜାତୀ ଆୟୋଗଙ୍କ ସମନ ପରେ ଜିଲ୍ଲାପାଳ ଆସିଲେ ହେଲେ ବଦଳି ପାରିଲାନି ଚିତ୍ର l କେବଳ ସୋଲାର ପାନୀୟ ଜଳର ବ୍ୟବସ୍ଥା କଲେ ହେଲେ ଘର ଓ ଜମି ବହୁ ଶୀଘ୍ର ଦିଆଯିବ ବୋଲି ପ୍ରତିଶୃତି ଦେଲେ କିନ୍ତୁ ଏଯାଏଁ ତାହା ହେଇପାରିଲା ନି l

ସେପଟେ ଯଦି ଜିଲ୍ଲା ପ୍ରଶାସନ ମୌଳିକ ସୁବିଧା ସବୁ ଯୋଗାଇ ଦିଆନଯାଏ ତେବେ ପୁଣି ଜନଜାତୀ ଆୟୋଗଙ୍କ ଦ୍ବାରସ୍ଥ ହେବେ ବୋଲି ବିସ୍ଥାପିତ ଲୋକେ କହିଛନ୍ତି l ବଣେଇଁରୁ ରଞ୍ଜିତ କୁମାର ବାଗ l MPX NEWS ODISHA

Share this…
Share on Facebook

Facebook