ସଟର ତାଡି ସିମେଣ୍ଟ ଦୋକାନରୁ ଚୋରୀ

ଧଉଳି ; ଦିନକୁ ଦିନ ଧଉଳି ଅଂଚଳରେ ଚୋରୀ ବୃଦ୍ଧି ପାଉଛି l ଗତ ରାତିରେ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ରେ ଥିବା ହୃଷୀକେଷ ନାୟକଙ୍କ ସିମେଣ୍ଟ ଦୋକାନରୁ ଚୋରୀ ହୋଇଛି l ସୂଚନା ଅନୁଯାୟୀ ଶିଶୁପାଳଗଡ଼ରେ ଥିବା ହୃଷୀକେଷ ନାୟକଙ୍କ ସିମେଣ୍ଟ ଦୋକାନରୁ କେହି ଦୃବୁତ୍ତ ଗତକାଲି ସଟର ତାଡି ସମସ୍ତ ଆସବାବପତ୍ର ଚୋରୀ କରି ନେଇଛି l

ଚୋରୀ ସାମଗ୍ରୀ ମଧ୍ୟରେ ଟିଭି , କମ୍ପ୍ୟୁଟର , ପ୍ରିଣ୍ଟର , ଏସି ଆଦି ଲକ୍ଷାଧିକ ଟଂକାର ଜିନିଷ ଅନ୍ତର୍ଭୁକ୍ତ l ଏ ସମ୍ପର୍କରେ ଶ୍ରୀ ନାୟକ ଧଉଳି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l ଚୋରୀ ସାମଗ୍ରୀ ଓ ଚୋର ର ପତ୍ତା ମିଳିପାରିନାହିଁ l ଭୁବନେଶ୍ୱରରୁ ସନ୍ତୋଷ ଚିନରା ଙ୍କ ରିପୋର୍ଟ Mpx news

Share this…
Share on Facebook

Facebook